
ଦେବଗଡ:ପୌରାଞ୍ଚଳର ଅବସରଗ୍ରହଣ କରିଥିବା ଶିକ୍ଷୟିତ୍ରୀ ସବିତା ନନ୍ଦ ଓ ନିରୁପମା ପ୍ରଧାନଙ୍କୁ ଆଜି ସ୍ଥାନୀୟ ଧରଣୀଧର ସ୍କୁଲ ପରିସରରେ ପୌରାଞ୍ଚଳ କ୍ଲଷ୍ଟର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ମୁଖ୍ୟ ଅତିଥି,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ )ର ସଭାପତି ତ୍ରିନାଥ ଖୁଣ୍ଟିଆ, ପୌରାଞ୍ଚଳ ସିଆରସିସି ଚୂଡ଼ାମଣି ସାହୁ, ବିଦାୟୀ ଶିକ୍ଷୟିତ୍ରୀ ସବିତା ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବାଳକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀକାନ୍ତ ପ୍ରଧାନ, ଭୂୟାଁସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ପ୍ରଧାନ, ମନ୍ଦାକିନୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପ୍ରଧାନ,ୱାର୍ଡ଼ ନମ୍ବର ୪ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲଷ୍ମୀ ପ୍ରଧାନ,ଶିକ୍ଷୟିତ୍ରୀ ପ୍ରଣତି ନାଥ, ଅମିତା ନାୟକ, ଶୋଭାଶ୍ରୀ ଦେବ ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସଭା ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସୀପିକା ମିଶ୍ର, ମାନସିରାଣୀ ଗଡ଼ନାୟକ ଓ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ସ୍ୱାଗତ ସଂଗୀତ ଗାନ କରିଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ ଘନଶ୍ୟାମ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରଭାତ ମହାପାତ୍ର ଧନ୍ୟବାଦ ଦେଇଥିଲେ।ସଭାରେ ପୌରାଞ୍ଚଳ କ୍ଲଷ୍ଟରର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।




