ଅର୍ଥନୈତିକ ସମତାଯୁକ୍ତ ସମାଜ ଗଠନରେ ସମବାୟ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସରକାର ସମୟରେ ସମବାୟ ସଂସ୍ଥା ଏକ ଦୁର୍ନୀତିଖୋର ସଂସ୍ଥାରେ ପରିଣତ ହୋଇଥିଲା । ସେତେବେଳେ ଏହି ସଂସ୍ଥାରେ ଯେଉଁଭଳି ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିଲା ତାହା ସମସ୍ତଙ୍କୁ ଜଣାଅଛି । ଏହି ଭ୍ରଷ୍ଟ ସରକାରର ପତନ ହେବା ପରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିଛି । ଏହା ପରେ ସରକାର ସମବାୟ ସଂସ୍ଥାରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ବିଭାଗରୁ ଦୁର୍ନୀତି ବନ୍ଦ କରି ଉପଯୁକ୍ତ ସେବା ଯୋଗାଇ ଦେବାକୁ ବିଜେପି ସରକାର । ଆଗାମୀ ଦିନରେ ଅର୍ଥନୈତିକ ସମତାଯୁକ୍ତ ସମାଜ ଗଠନରେ ସମବାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବାରେ ଏହି ସମବାୟ ସଂସ୍ଥା ଗୁରୁତ୍ୱବହନ କରିବ । ସେଥିପାଇଁ ଏହି ବିଭାଗକୁ ଚଳଚଂଚଳ କରାଯିବ । ଧାନ କିଣାରେ ଦୁର୍ନୀତି ରୋକିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟର ସୁପରିଚାଳନା ପାଇଁ ବାରମ୍ବାର ବୈଠକ କରିବାକୁ ନିଷ୍ପତି ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ “ନିଖିଳ ଭାରତ ସମବାୟ ସପ୍ତାହ”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ଏକ ସାଧାରଣ ସମସ୍ୟାର ସମାଧାନ କରିବାକୁ ଯାଇ ସମବାୟ ସଂସ୍ଥା ଆରମ୍ଭ ହୋଇଥିଲା । ଏହା ଆଜି ବିଶାଳ ଦ୍ରୁମରେ ପରିଣତ ହୋଇଛି । ସାରା ଭାରତ ବର୍ଷରେ ୩୦ କୋଟି ସଦସ୍ୟ ଏବେ ଏଥିରେ ଯୋଡ଼ି ହୋଇଛନ୍ତି । ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପରିବାର ଏହି ସଂସ୍ଥା ସହ ସିଧାସଳଖଭାବେ ଜଡ଼ିତ । ଏହି ସରକାର ଜରିଆରେ ଗରିବ ଲୋକ ଓ ଚାଷୀଙ୍କ ଆର୍ଥିକ ଉନ୍ନତି ଘଟାଇ ସେମାନେ ଯେପରି ସୁଖ ସମୃଦ୍ଧିରେ ଜୀବନ ବିତାଇବେ ସେଥିପ୍ରତି ରାଜ୍ୟ ସରାକର ସଂକଳ୍ପବଦ୍ଧ । କିନ୍ତୁ କେତେଜେଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କାମ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଢୋଲ ଭିତରେ ମୂଷା ଭଳି କେତେଜଣ ବ୍ୟକ୍ତି ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ଚିହ୍ନଟ କରାଯିବ । ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ । ସେମାନଙ୍କୁ ଜେଲ ପଠାଯିବ ।

ନଭେମ୍ବର ୨୦ରୁ ଧାନ କିଣା ଆରମ୍ଭ ହେବ । ଏହି ଧାନ କିଣା ଯେପରି ସଠିକ୍ ଭାବେ ହେବ ସରକାର ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ପୂର୍ବ ସରକାର ଏଥିପ୍ରତି ଧ୍ୟାନ ନଦେଇ ଚାଷୀଙ୍କୁ ଶୋଷଣ କରୁଥିଲେ । ନବୀନ ପଟ୍ଟନାୟକ ବରଗଡ଼ର ସୋହେଲାଠାରେ ଆୟୋଜିତ ଚାଷୀ ସମାବେଶରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦିଆଯିବ ବୋଲି କହିଥିଲେ । ମାତ୍ର କଥା ରଖି ନ ଥିଲେ । କିନ୍ତୁ ବିଜେପି ରାଜ୍ୟରେ ଶାସନଭାର ସମ୍ଭାଳିବା ପରେ ଏଥିପାଇଁ ପଦେକ୍ଷପ ନେଇଛି । କେନ୍ଦ୍ରରେ ଶ୍ରୀ ମୋଦିଜୀ ଧାନର ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୩୦୦ ଟଙ୍କା ବୃଦ୍ଧି କରିଥିବାବେଳେ ରାଜ୍ୟ ସରକାର ୮୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏଭଳି ଭାବେ ମୋଟ୍ ୩୧୦୦ ଟଙ୍କା ଚାଷୀଙ୍କୁ କୁଇଂଟାଲ ପିଛା ପ୍ରଦାନ କରାଯିବ । ଡିସେମ୍ବର ୮ରେ ସୋହେଲାଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚାଷୀ ସମାବେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିôବା ଟଙ୍କା ପ୍ରଦାନ କରାଯିିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ତୀବ୍ର କରାଯିବ । ଏହାକୁ ତ୍ରୁଣମୂଳସ୍ତରରେ ପହଂଚାଯିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ ବିଭାଗ କାର୍ଯ୍ୟ ଶ୍ରୀ ଅମିତ ଶାହାଙ୍କୁ ହସ୍ତାନ୍ତର କରାଯିବା ପରେ ଏହି ବିଭାଗ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ସମବାୟ ସଂସ୍ଥାର ବିନା ସହଯୋଗରେ ରାଜ୍ୟର ବିକାଶ ଅସମ୍ଭବ । ତେଣୁ ଲୋକଙ୍କ ସରକାର ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମବାୟ ଅନୁଷ୍ଠାନକୁ ଗୁରୁତ୍ୱ ଦେଉଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନା ସମବାୟ ସଂସ୍ଥା ମାଧ୍ୟମରେ ଶେଷ ଧାଡ଼ିରେ ଥିବା ହିତାଧିକାରୀଙ୍କ ନିକଟରେ ପହଂଚିବ । ସମବାୟ ଜରିଆରେ ଲୋକଙ୍କ ଆର୍ôଥକ ସ୍ଥିିତି ସୁଧୁରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ସ୍ଥାନୀୟ ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମବାୟ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ପଂଚାୟତର ବହୁମୁଖୀ ସମବାୟ ସମିତି ଗଠନ ହେବ । ବିଜେଡି ସରକାର ସମୟରେ ଏହି ସଂସ୍ଥା ଦୁର୍ନୀତିର ଗନ୍ତାଘର ସାଜିଥିଲା । ବିଜେପି ସରକାର ଆସିବା ପରେ ଏହି ସଂସ୍ଥାକୁ ଦୁର୍ନୀତି ମୁକ୍ତ କରି ଚାଷୀ ଓ ଗରିବ ଲୋକଙ୍କ ଆର୍ôଥକ ଉନ୍ନତି ଘଟାଇବାକୁ ବଦ୍ଧପରିକର ।

କାର୍ଯ୍ୟକ୍ରମ ପ୍ର୍ରାରମ୍ଭରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସମବାୟ ପତାକା ଉତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢାଲି, ଶେଷ କୁମାର ମେହେର, ଅକ୍ଷୟ କୁମାର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଇଂ.ଅଜୟ ସାହୁ, ରଞ୍ଜିତ ଆଚାର୍ଯ୍ୟ, କହ୍ନେୟା ଝା, ସୌମ୍ୟରଞ୍ଜନ ଲେଙ୍କା, ରମେଶ ଅଗ୍ରୱାଲ, ହିତେଶ ମହାପାତ୍ର, ସୁଦର୍ଶନ ନାୟକ, ଅମୀତା ନନ୍ଦ, ବନ୍ଦନା ଦାସ କାନୁନ୍‌ଗୋ, ସୁଚରିତା ଜେନାମଣିଙ୍କ ସମେତ ବହୁ ସମବାୟ ପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ବିଶିଷ୍ଟ ସମବାୟବିତ୍ ଶ୍ରୀ ଯଜେ୍ଞଶ୍ୱର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ