ଆଇଜିଆଇଟି ସରାଙ୍ଗକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବାକୁ ପ୍ରସ୍ତାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏସ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବଜେଟ୍ ୨୦୨୬-୨୭ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)କୁ ବିଶ୍ୱସ୍ତରୀୟ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପ୍ରଶଂସନୀୟ । ଏହି କ୍ରମରେ ଆଇଜିଆଇଟି, ସରାଙ୍ଗକୁ ମଧ୍ୟ ସମାନ ଭାବେ ଉନ୍ନତ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରାୟ ୪୫ ବର୍ଷର ଏକ ସମୃଦ୍ଧ ସେବା ଓ ଗୌରବର ଇତିହାସ ରହିଛି । ଏହା ବର୍ତ୍ତମାନ ୟୁଜିସି ଦ୍ୱାରା ସ୍ଵୟଂଶାସିତ ମାନ୍ୟତା ପ୍ରାପ୍ତ, ଏଆଇସିଟିଇ ଦ୍ୱାରା ଅନୁମୋଦିତ ଏବଂ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟ । ଏହା ସହିତ ଏହି ଅନୁଷ୍ଠାନ ବୈଷୟିକ ଶିକ୍ଷା ଗୁଣବତ୍ତା ସୁଧାର କାର୍ୟ୍ୟକ୍ରମ (ଟିଇକ୍ୟୁଆଇପି) ଦ୍ୱାରା ମଧ୍ୟ ସହାୟତା ପ୍ରାପ୍ତ, ଯାହା ଏହାର ଶିକ୍ଷାଗତ ବିଶ୍ୱସନୀୟତା ଓ ସାଂଗଠନିକ ଦକ୍ଷତାକୁ ଦର୍ଶାଉଛି । ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ପିଏଚ.ଡି, ଏମ.ଟେକ, ଏମସିଏ, ବି.ଟେକ, ବ୍ୟାଚଲର ଅଫ୍ ଆର୍କିଟେକଚର , ଏମ.ଏସସି ଏବଂ ଡିପ୍ଲୋମା ଭଳି ବିଭିନ୍ନ ଉଚ୍ଚକୋଟୀର ପାଠ୍ୟକ୍ରମର ସୁବିଧା ରହିଛି । ଏସବୁ ଯୋଗ୍ୟତାସମ୍ପନ୍ନ ଓ ଅଭିଜ୍ଞ ଅଧ୍ୟାପକ ତଥା ଦୃଢ଼ ଏକାଡେମିକ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି । ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଅନୁଷ୍ଠାନ ଆଇଆଇଟି, ବମ୍ବେ ସହ ଏହାର ‘ଭର୍ଚ୍ଚୁଆଲ ଲ୍ୟାବ୍’ କାର୍ଯ୍ୟକ୍ରମ ପାଇଁ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ସହ ଇଣ୍ଟର୍ନସିପ୍ ସୁଯୋଗ କ୍ଷେତ୍ରରେ ସଫଳତାର ସହ ଭାଗିଦାରୀ ରଖିଛି ।

ଆଇଜିଆଇଟି ସରାଙ୍ଗ, ଢେଙ୍କାନାଳ ଏବଂ ଅନୁଗୋଳର ବୃହତ ଶିଳ୍ପାଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଶିଳ୍ପ ଆଧାରିତ ଜ୍ଞାନ, ଗବେଷଣା, ଇନୋଭେସନ ମାଧ୍ୟମରେ ସ୍ଥାନୀୟ ଶିଳ୍ପ ପରିସଂସ୍ଥାନକୁ ଅଧିକ ବ୍ୟାପକ କରାଇବାର ମଧ୍ୟ ସମ୍ଭାବନା ରଖୁଛି । ଏହାକୁ ଏକକ ବିଶ୍ଵବିଦ୍ୟାଳୟ ରୂପେ ଗଢ଼ିତୋଳିଲେ ଅନୁଷ୍ଠାନର ଏକାଡେମିକ ସ୍ୱାୟତ୍ତତା ବୃଦ୍ଧି ପାଇବ, ଉନ୍ନତ ଗବେଷଣା ଓ ଇନୋଭେସନକୁ ପ୍ରୋତ୍ସାହନ ମିଳିବ । ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷ ପ୍ରଫେସରମାନଙ୍କୁ ଏଠାକୁ ଆସିବା ପାଇଁ ଆକୃଷ୍ଟ କରିବ। ଅନୁଷ୍ଠାନକୁ ଅଧିକ ପାଣ୍ଠି ମିଳିବା ସହ ଭାଗିଦାରୀ ମଧ୍ୟ ବଢିବାର ସମ୍ଭାବନା ରହିଛି । ଆଇଜିଆଇଟି, ସରାଙ୍ଗକୁ ଏକକ ବିଶ୍ଵବିଦ୍ୟାଳୟ ଭାବେ ଉନ୍ନତ କଲେ, ଏହା କେବଳ ଓଡ଼ିଶାର ବୈଷୟିକ ଶିକ୍ଷା ଦୃଶ୍ୟପଟ୍ଟକୁ ମଜଭୂତ୍ କରିବ ନାହିଁ, ବରଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଏବଂ ଉଦ୍ଭାବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଅନୁଯାୟୀ ଏହି ଅନୁଷ୍ଠାନକୁ ଅନ୍ତର୍ଜାତୀୟ ବୈଷୟିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ