ଆଜିଠୁ ଲୋକଭବନରେ କୁଳପତି ସମ୍ମିଳନୀ

ଭୁବନେଶ୍ୱର,: ଆଜି ଆରମ୍ଭ ହେବାକୁ ଯାଉଛି କୁଳପତି ସମ୍ମିଳନୀ । ଯାହା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲୋକଭବନରେ ହେବ । ଏହି ଅବସରରେ ପ୍ରଥମ ଦିନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରିତ ହେବ । ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ସଫଳତାକୁ ଉପସ୍ଥାପନ କରାଯିବ । ଜାତୀୟସ୍ତରୀୟ ଘଟଣା ଉପରେ ଇଂରାଜୀ ଓ ଓଡ଼ିଆ ବକ୍ତୃତା ଆଧାରିତ ଚାନ୍ସଲର୍ସ କପ୍ ଅନୁଷ୍ଠିତ ହେବ । ଏଥିସହିତ ନିଶା ମୁକ୍ତ ପାଇଁ ଶ୍ରେଷ୍ଠ ୩ ଭିଡିଓକୁ ଚୟନ କରଯାଇ ବିଶ୍ୱବିଦ୍ୟାଳୟକୁ ଉଭୟ ଚାନ୍ସଲର୍ସ କପ୍ ଓ ନିଶା ମୁକ୍ତ ଲାଗି ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ । ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ସ୍ତରରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ କାର୍ଯ୍ୟକ୍ରମ, ଭାରତୀୟ ରେଡକ୍ରସ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ।

ଯୁବ ନେତୃତ୍ୱ ଓ ସମାଜସେବା ଦକ୍ଷତାର ବୃଦ୍ଧି ସାଙ୍ଗକୁ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଲାଗି ଯୋଜନା ପ୍ରସ୍ତୁତ ହେବ । ସମ୍ମିଳନୀର ଦ୍ୱିତୀୟ ଦିବସରେ ‘ଜାତୀୟ ଶିକ୍ଷାନୀତି ୨୦୨୦’(ଏନ୍ଇପି) ଉପରେ ସ୍ୱତନ୍ତ୍ର ଆଲୋଚନା ହେବ । ଏନ୍ଇପି ଅଧୀନରେ ପ୍ରଶାସନିକ ସଂସ୍କାର, ବହୁ ବିଭାଗୀୟ ଶିକ୍ଷା ଓ ଗବେଷଣା, ଦକ୍ଷତା ସମନ୍ୱୟ ଏବଂ ନିଯୁକ୍ତି ଯୋଗ୍ୟତା, ଉଚ୍ଚଶିକ୍ଷାରେ ଡିଜିଟାଲ୍ ପରିବର୍ତ୍ତନ, କ୍ରେଡିଟ୍ ଫ୍ରେମୱାର୍କ, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ଏବଂ ପାଠ୍ୟକ୍ରମ ସଂସ୍କାର, ଓଡ଼ିଶାରେ ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ଦୃଷ୍ଟିକୋଣ, ବିଶ୍ୱବିଦ୍ୟାଳୟକୁ ଶିଳ୍ପ ସହଯୋଗ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବିଷୟରେ ଦୀର୍ଘକାଳୀନ ଚର୍ଚ୍ଚା ହେବ ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ