
ଭୁବନେଶ୍ୱର: ଆଜି ଓଡିଶା ଆସିବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୂଆ ରାଜ୍ୟପାଳ। ତାଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିବେ।
ନୂଆ ରାଜ୍ୟପାଳଙ୍କ ଆଗମନକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ରାଜଭବନରେ ଶପଥ ଗ୍ରହଣ କରିବେ ବ୍ରଜ ମୋହନ ରାମ। ଶପଥ ଗ୍ରହଣ ସହ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ।







