ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇପାରିବେ । ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କେଉଁ ପଦବିରେ କେତେ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ସ୍ପଷ୍ଟ ହେବ ।
ସରକାରୀ ତଥ୍ୟ ଅନୁଯାୟୀ, ୩୪୮ଟି କଲେଜରେ ବିଭିନ୍ନ ପଦବି ପାଇଁ ୮ ହଜାର ୩୨୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏଥିରୁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ୧୧୭୫ ଜଣଙ୍କ ପ୍ରାର୍ଥୀପତ୍ରକୁ ଅବୈଧ କରାଯାଇଛି । ବାକି ୭ ହଜାର ୧୬୮ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିବା ଜଣାପଡ଼ିଛି । ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟର ୩୬୧ ଜଣ ନାମାଙ୍କନ ଭରିଛନ୍ତି । ଏଥିରୁ ୩୨୦ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ହୋଇଥିବା ବେଳେ ବାକି ୪୧ଜଣଙ୍କର ବାତିଲ କରାଯାଇଛି । ମୋଟ୍‌ ୮ହଜାର ୬୮୬ ଜଣ ନାମାଙ୍କନ ଭରିଛନ୍ତି । ଏଥିରୁ ୭ ହଜାର ୪୮୮ ଜଣଙ୍କ ନାମାଙ୍କନ ବୈଧ ହୋଇଛି । କଲେଜସ୍ତରରେ ୧୬୨୦ ଜଣ ଓ ବିଶ୍ୱବିଦ୍ୟାଳୟସ୍ତରରେ ୩୩ ଜଣ ପ୍ରାର୍ଥୀ ର୍ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଅର୍ଥାତ୍‌ ମୋଟ୍‌ ୧୬୫୩ ଜଣ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନାମାଙ୍କନ ଭରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୪୯ ଜଣ ସଭାପତି ପଦବି ପାଇଁ ବୈଧ ପ୍ରାର୍ଥୀ ହୋଇଛନ୍ତି । ସାଧାରଣ ସଂପାଦକ ପଦବି ପାଇଁ ୭୫୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ସେହିପରି ୮୬୯ ଜଣ ଉପସଭାପତି ଓ ସହକାରୀ ସାଧାରଣ ସଂପାଦକ ପଦବି ପାଇଁ ୪୬ ଜଣଙ୍କ ନାମାଙ୍କନ ବୈଧ ହୋଇଛି ।

ଶୁକ୍ରବାର ନାମାଙ୍କନ ସମୟରେ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାରେ ସମସ୍ତ ଛାତ୍ର ସଂଗଠନ ନିଜର ପତିଆରା ଦେଖାଇଥିଲେ । ସମ୍ବଲପୁରୀ ବାଜା, ଘଣ୍ଟୁଆଠୁ ଆରମ୍ଭ କରି ଲୋକନୃତ୍ୟ କଳାକାରଙ୍କୁ ନେଇ ଶୋଭାଯାତ୍ରାରେ ବାହାରିଥିଲେ ଆଶାୟୀ ପ୍ରାର୍ଥୀ । ସମର୍ଥକଙ୍କ ସହ ନାମାଙ୍କନ କେନ୍ଦ୍ରକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ନିର୍ବାଚନ ପ୍ରଚାର ଜୋରଦାର ଜମିବ । ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ମାତ୍ର ୪ଦିନ ସମୟ ରହିଛି ।
ଶୁକ୍ରବାର ନାମାଙ୍କନ ସମୟରେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭଦ୍ରକ ମହିଳା କଲେଜ, ଭଣ୍ଡାରିପୋଖରୀ ବ୍ଲକ୍‌ ନାଆମୀ କଲେଜରେ ନିର୍ବାଚନ ବାତିଲ ହୋଇଛି । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଏପରିକି ନାଆମୀ କଲେଜକୁ ସାଇନ୍‌ ଏ ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । କେବଳ ଏତିକି ନୁହେଁ ସାନଖେମୁଣ୍ଡିର କଙ୍କୋରଡ଼ା କଲେଜ, ଚିକିଟି କଲେଜ, ଗୋପାଳପୁର ସିଟି କଲେଜରେ ନିର୍ବାଚନୀ ଉତ୍ତେଜନା ପ୍ରକାଶ ପାଇଛି । ଟିଟିଲାଗଡ଼ ଡିଏଭି କଲେଜରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ନୂଆପଡ଼ା ସିନାପାଲି କଲେଜରେ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜରେ ନାମାଙ୍କନ ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେହିପରି କ୍ୟାପିଟାଲ ଆଇନ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍‌କୁ ନେଇ ଛାତ୍ରଛାତ୍ରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସେହିପରି ନୟାଗଡ଼ର ୪ଟି ସ୍ଥାନରେ ଗଣ୍ଡଗୋଳ ହୋଇଛି । ପଠାଣି ସାମନ୍ତ କଲେଜ ସମେତ ୪ଟି କଲେଜରେ ନିର୍ବାଚନକୁ ବାତିଲ କରାଯାଇଛି । ଏତିକି ନୁହେଁ, ପୁରୀ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବଅଁରପାଳ ପାଞ୍ଚଗଡ଼ ଡିଗ୍ରୀ କଲେଜରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି ।

  • Related Posts

    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading
    ରାଜଧାନୀରେ ବୋମାମାଡ଼, ପୁଲିସର ଛାନ୍‌ଭିନ୍

    ଭୁବନେଶ୍ୱର: ରାଜଧାନୀରେ ମାଟି ମାଫିଆଙ୍କ ଆତଙ୍କ। ଜମିରୁ ଜୋରଜବରଦସ୍ତି ମାଟି ଉଠାଣକୁ ବିରୋଧ କରିବାରୁ ଜମି ମାଲିକଙ୍କ ଘର ଉପରକୁ ବୋମାମାଡ଼ । ଏଭଳି ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ପାଇକରାପୁର ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ