ଆଜି ସ୍ୱାୟତ୍ତ ଶାସନ ଦିବସ : ସହରବାସୀଙ୍କୁ ୧୨ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସରେ ସହରବାସୀଙ୍କୁ ୧୨ରୁ ଅଧିକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ହେବ । ବଡ଼ କଥା ହେଲା, ସମଗ୍ର ରାଜ୍ୟରେ ‘ସହଯୋଗ’ ଅଭିଯାନ କାର୍ୟ୍ୟକାରୀ ହେବ । ଏହାଦ୍ୱାରା ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଦୁଆରମୁହଁରେ ସବୁ ସେବା ଓ ସୁବିଧା ପହଞ୍ଚିବ । ଆମ୍‌ ବସ୍‌ ପାଇଁ ଏଣିକି ହ୍ୱାଟସ୍‌ଆପ୍‌ରେ ଟିକଟ ବୁକିଂର ଶୁଭାରମ୍ଭ ହେବ । ଏହାସହ ଡିଜିଟାଲ୍‌ ଟିକଟରେ ରିହାତି ମିଳିବ । ସେହିପରି ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଡ ବଳରେ ସାରା ଦେଶରେ ଲୋକେ ସୁବିଧା ପାଇପାରିବେ । ଡିଜିଟାଲ ପାସ୍‌ ବ୍ୟବସ୍ଥାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ । ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ସହ ବୁଝାମଣା କରି ସମାବେଶୀ ସହର ଗଠନ କରିବ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସହର ସାଥୀ କଲ୍‌ ସେଣ୍ଟର ଓ ପୌର ସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ କରାଯିବ । ଜଳସାଥୀ,ସ୍ୱଚ୍ଛ ସାଥୀ, ପରିମଳ କର୍ମଚାରୀ, ଶ୍ରେଷ୍ଠ ପୌର ସଂସ୍କାକୁ ପୁରସ୍କୃତ କରାଯିବ । ଏହି ଅବସରରେ ସୁଲଭ ଆବାସ ବଣ୍ଟନ ସହ ପିଏମ୍‌ ଆବାସରେ ଗୃହ ପ୍ରବେଶ କରିବେ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଲୋଗୋକୁ ମଧ୍ୟ ଉନ୍ମୋଚନ କରାଯିବ । ୪୩ଟି ବହୁମୁଖୀ ଭବନର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।ଅମୃତ ଏବଂ ସୁଜଳ ଅଧୀନରେ ଜଳଯୋଗାଣ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ ହେବ । ଭୁବନେଶ୍ୱର ମହାନଗର ନିଗମ ପାଇଁ ହ୍ୱାଟସ୍‌ଆପ୍‌ ବଟ୍‌ ସେବାର ଶୁଭାରମ୍ଭ କାର୍ୟ୍ୟକ୍ରମ ରହିଛି । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରବିବାର ୯ଟି ନୂଆ ଏନ୍‌ଏସି ଘୋଷଣା ହେବ ବୋଲି ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ପୂର୍ବତଟ ରେଲୱେ ଅଡିଟୋରିୟମରେ ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆୟୋଜିତ ହେବ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ