ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦବେଗ

ଭୁବନେଶ୍ୱର: ବିଜୁ ଜନତା ଦଳର ଅନୁସୂଚିତ ଜନଜାତି (ଏସ୍ଟି) ସେଲ୍ର ପ୍ରଥମ ବୈଠକ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନ ଠାରେ ଏସ୍ଟି ସେଲ୍ର ସଭାପତି ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭାର ମାନ୍ୟବର ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର ଏବଂ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଏସ୍ଟି ସେଲ୍ର ସଦସ୍ୟମାନଙ୍କ ସହ ଆଲୋଚନା କରି ଓଡ଼ିଶାର ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆଦିବାସୀଙ୍କ ସମସ୍ୟାଗୁଡ଼ିକୁ ସଂସଦରେ ଉତ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଯୁକ୍ତ ପଦକ୍ଷେପ ପାଇଁ ଉଦ୍ୟମ କରିବେ ବୋଲି ଡକ୍ଟର ସନ୍ତୃପ୍ତ ମିଶ୍ର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ ।
ସନ୍ଧ୍ୟାରେ ବିଜେଡି ଏସ୍ଟି ସେଲ୍ର ସଦସ୍ୟମାନେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଓଡ଼ିଶାର ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଆଦିବାସୀ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬ର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଆଇନ ଯୋଗୁଁ ଖଣି ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଅଧିକାର, ଜୀବିକା, ଜମି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା କରିଥିଲେ । ବୈଠକରେ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଆଦିବାସୀଙ୍କ କଲ୍ୟାଣ, ସଶକ୍ତିକରଣ ଓ ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ମରଣ କରାଯାଇଥିଲା । ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତ୍ତିଭୂମି ଏବଂ ସାମାଜିକ ସୁରକ୍ଷା ଉପରେ ବିଜେଡି ସରକାର ଗୁରୁତ୍ୱ ଦେଇଥିଲେ, ବିଶେଷକରି ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବିକାଶ ପାଇଁ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲା ।
ବର୍ତ୍ତମାନର ବିଜେପି ସରକାରଙ୍କ ଅମଳରେ ଆଦିବାସୀ ସମାଜ ପ୍ରତି ଅବହେଳା କରାଯାଉଛି । ବନ ଅଧିକାର ଆଇନ (ଏଫ୍ଆର୍ଏ), ୨୦୦୬ ଅନୁଯାୟୀ ଯୋଗ୍ୟ ଆଦିବାସୀ ପରିବାରଗୁଡ଼ିକ ଜମି ଅଧିକାର ପାଇବାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । ଜଙ୍ଗଲରେ ବସବାସ କରୁଥିବା ଯୋଗ୍ୟ ଆଦିବାସୀ ପରିବାରଗୁଡ଼ିକ ଯେପରି ସେମାନଙ୍କର ନ୍ୟାୟସଙ୍ଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଏବଂ ପ୍ରଶାସନିକ ବିଳମ୍ୱ ଯୋଗୁଁ ସେମାନଙ୍କ ଜୀବିକା ଓ ସୁରକ୍ଷା ବିପନ୍ନ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସଦସ୍ୟମାନେ କହିଥିଲେ । ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଏବଂ ଆଦିବାସୀ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷଣ ପରିବେଶ ଯୋଗାଇଦେବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ । ଅନ୍ୱେଷା ଯୋଜନା ବନ୍ଦ କରାଯାଇଥିବାରୁ ବୈଠକରେ ଏନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଆଦିବାସୀ ମହିଳାଙ୍କ ବିରୋଧରେ ଅପରାଧ ରୋକିବା, ତ୍ୱରିତ ଓ ନିରପେକ୍ଷ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲା ବିଜେଡି ।
ଓଡ଼ିଶାରେ ବିଜେଡି ଏସ୍ଟି ସେଲ୍ର ସାଂଗଠନିକ କାର୍ୟ୍ୟକଳାପକୁ ଅଧିକ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ ଆଦିବାସୀ ସମାଜ ସହ ଯୋଗାଯୋଗ ଓ ସମ୍ପର୍କ ବୃଦ୍ଧି କରିବା ଏବଂ ସେମାନଙ୍କ ସମସ୍ୟା ଗୁଡ଼ିକୁ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ଉତ୍ଥାପନ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା । ସଂସଦରେ ଆଦିବାସୀଙ୍କ ସମସ୍ୟା ଉଠାଇବା ପାଇଁ ଡକ୍ଟର ସନ୍ତୃପ୍ତ ମିଶ୍ର ଦେଇଥିବା ଆଶ୍ୱାସନାକୁ ସଦସ୍ୟମାନେ ସ୍ୱାଗତ କରିଥିଲେ । ଶ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସହ ହୋଇଥିବା ଆଲୋଚନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବା ସହ ଆଦିବାସୀଙ୍କ ଅଧିକାର ଓ କଲ୍ୟାଣର ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଆଦିବାସୀ ମହିଳାଙ୍କ ସୁରକ୍ଷା, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖଣି ଓ ବିକାଶ ନୀତି ଯେପରି ଓଡ଼ିଶାର ଜମି ଓ ଜଙ୍ଗଲ ସହ ଜୀବନ ଓ ଜୀବିକା ଜଡ଼ିତ ଥିବା ସମ୍ପ୍ରଦାୟର ଅଧିକାରକୁ କ୍ଷୁଣ୍ଣ ନ କରେ, ସେଥିପାଇଁ ଓଡ଼ିଶାର ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।
ଅନୁଷ୍ଠିତ ଏହି ବୈଠକରେ ରମେଶ ମାଝୀ, ସାଲୁଗା ପ୍ରଧାନ, ପ୍ରଦୀପ ମାଝୀ, ନିରଞ୍ଜନ ବିଶି, ଜଗନ୍ନାଥ ସାରକା, ମାନସ ମାଡ଼କାମୀ, ଯୋଗେଶ ସିଂ, ବାସନ୍ତୀ ହେମ୍ବ୍ରମ, ମାଧବ ସର୍ଦ୍ଦାର, ସାନନ୍ଦ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଜଗନ୍ନାଥ ନାଏକ, କିଶୋର ଚନ୍ଦ୍ର ନାଏକ, ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ, ରଘୁନାଥ ଗମାଙ୍ଗୋ, ଭାନୁପ୍ରତାପ ସିଂ ମାଝୀ, କୌଶଲ୍ୟା ହିକକା, ସସ୍ମିତା ମେଳକା, କୁମୁଡ଼ା ସାଉଁଟା, ଭାରତୀ ହାଁସଦା, ସମାରୀ ତାଗୁଲ, ମୋତିରାମ ନାୟକ, ସରସ୍ୱତୀ ମାଝୀ, ରାଜୀବ ପାତ୍ର, ମଞ୍ଜୁଲତା କହଁର, ଦମୟନ୍ତୀ ମାଝୀ, ଲକ୍ଷ୍ମୀପି୍ରୟା ନାୟକ, ଅନୁସୂୟା ମାଝୀ, ଶଙ୍କର ତିର୍କୀ, ଚକ୍ରଧର ହେମ୍ବ୍ରମ, କାଶୀନାଥ ହେମ୍ବ୍ରମ, ସାଲୁକା ହନହଗା, ଲାଇଛନ ଖୋରା, ଦେବେନ୍ଦ୍ର ପ୍ରସାଦ ମାଝୀ, ଗଙ୍ଗାଧର ହେମ୍ବ୍ରମ, ଶୁଭଲକ୍ଷ୍ମୀ ମାଝୀ, ମୀନା ମାଝୀ, ବାସନ୍ତୀ ସିଂ, ଥିଉପିଲ୍ ଗମାଙ୍ଗୋ, ବୀରବିଚିତ୍ରସେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ