ଆପ୍ ମନ୍ତ୍ରୀଙ୍କ ଘରେ ED ରେଡ

ଚଣ୍ଡିଗଡ଼: ପଞ୍ଜାବ ରାଜନୀତିରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି । ଶୁକ୍ରବାର ସକାଳୁ ସକାଳୁ ପଞ୍ଜାବ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସଞ୍ଜୀବ ଅରୋଡ଼ାଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି । ସୂଚନା ଅନୁଯାୟୀ, ଚଣ୍ଡିଗଡ଼ ସେକ୍ଟର-୨ ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସକାଳ ପ୍ରାୟ ୭ଟା ସମୟରେ ED ଟିମ୍ ପହଞ୍ଚିଥିଲେ । ପ୍ରାୟ ୨୦ଟି ଗାଡ଼ିରେ ଅଧିକାରୀମାନେ ମନ୍ତ୍ରୀଙ୍କ ଘରେ ପହଞ୍ଚିବା ସହ ସୁରକ୍ଷା ପାଇଁ CIA ଏବଂ ସ୍ୱତନ୍ତ୍ର ବାହିନୀର ପ୍ରାୟ ୩ ଡଜନ ଯବାନଙ୍କୁ ମୁତୟନ କରାଯାଇଥିଲା । ସକାଳ ୭:୨୫ ମିନିଟ୍‌ରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା । କେବଳ ଚଣ୍ଡିଗଡ଼ ନୁହେଁ, ବରଂ ଲୁଧିଆନା, ଜାଲନ୍ଧର ଏବଂ ଗୁରୁଗ୍ରାମ ଭଳି ସହରରେ ଥିବା ତାଙ୍କର ସହଯୋଗୀ ଓ କମ୍ପାନୀ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି ।
EDର ଏହି କାର୍ଯ୍ୟାନୁଷ୍ଠାନ ମୁଖ୍ୟତଃ କଥିତ ମନି ଲଣ୍ଡରିଂ, ଫେମା (FEMA) ନିୟମର ଉଲ୍ଲଂଘନ, ଜମି କାରବାରରେ ହେରଫେର ଏବଂ ସନ୍ଦେହଜନକ ଆର୍ଥିକ କାରବାର ସହ ଜଡ଼ିତ । ସଞ୍ଜୀବ ଆରୋଡାଙ୍କ ପରିବାର ଏବଂ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏବେ ଏଜେନ୍ସିର ସ୍କାନରରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୨୦୨୪ରେ ମଧ୍ୟ ଶିଳ୍ପ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ତାଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା । ବର୍ତ୍ତମାନ ବିଦେଶୀ ପାଣ୍ଠି କାରବାରକୁ ନେଇ ତଦନ୍ତ ଜାରି ରହିଛି ।
ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ED ତାଙ୍କ ଘରେ ଚଢ଼ାଉ କରୁଥିଲା, ସେତେବେଳେ ସଞ୍ଜୀବ ଅରୋଡ଼ା ଦେଶରେ ନଥିଲେ । ସେ ଏକ ସରକାରୀ ଗସ୍ତରେ ନେଦରଲ୍ୟାଣ୍ଡର ଆମଷ୍ଟରଡାମ୍ ଯାଇଛନ୍ତି । ସେଠାରେ ସେ ‘ଇନଭେଷ୍ଟ ପଞ୍ଜାବ’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜାବରେ ପୁଞ୍ଜି ବିନିଯୋଗ ଆଣିବା ପାଇଁ ଶିଳ୍ପପତିମାନଙ୍କ ସହ ଆଲୋଚନା କରୁଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଯଦି ତାଙ୍କ ବିରୋଧରେ କୌଣସି ବି ଦୁର୍ନୀତି ପ୍ରମାଣିତ ହୁଏ, ତେବେ ସେ ରାଜନୀତି ଛାଡ଼ିଦେବେ ।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ