
ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ କରାଯିବ । ବସ୍, ଅଟୋ, ଟ୍ରକ୍ ଓ ଅନ୍ୟାନ୍ୟ ସାଧାରଣ ଓ ବାଣିଜ୍ୟିକ ଯାତାୟାତ ବନ୍ଦ ରହିବ । ବନ୍ଦ ସମୟରେ ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କରାଯିବ ।
କାହାକୁ ମିଳିବ ଅନୁମତି ?
ଜରୁରୀ ଆବଶ୍ୟକତାରେ ଯାଉଥିବା ଲୋକ, ରୋଗୀ, ବୃଦ୍ଧ, ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଯାତାୟାତରେ ସହଯୋଗ କରାଯିବ । କୌଣସି ହସ୍ପିଟାଲ୍ କିମ୍ବା ଚିକିତ୍ସାସେବାକୁ ବନ୍ଦ କରାଯିବ ନାହିଁ । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଯିବାକୁ ଦିଆଯିବ । ଛାତ୍ର -ଛାତ୍ରୀମାନଙ୍କର ସମସ୍ତ ପ୍ରକାରର ପରୀକ୍ଷା ପାଇଁ କୌଣସି ବାଧା ରହିବ ନାହିଁ । ୧୦୮, ୧୦୨ ଓ ସମସ୍ତ ପ୍ରକାରର ଆମ୍ବୁଲାନ୍ସକୁ କୌଣସି ପରିସ୍ଥିତିରେ ଅଟକାଯିବ ନାହିଁ । ରୋଗୀଙ୍କୁ ହସ୍ପିଟାଲ୍ ନେଉଥିବା ଯେକୌଣସି ଗାଡ଼ିକୁ ତୁରନ୍ତ ରାସ୍ତା ଦିଆଯିବ । ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର ଓ ଜରୁରୀ ଚିକିତ୍ସା ସାମଗ୍ରୀ ଯୋଗାଣକୁ ବନ୍ଦରେ ସାମିଲ କରାଯିବ ନାହିଁ । ଦୁଧ ବିତରଣ କେନ୍ଦ୍ର, ଦୁଧ ଗାଡ଼ି ଓ ଆବଶ୍ୟକ ଦୁଧ ଯୋଗାଣ ବନ୍ଦରୁ ବାହାରେ ରହିବ । ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକ ଓ ଖବର ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କରିବାରେ ବାଧା ଦିଆଯିବ ନାହିଁ ।








