ଆସନ୍ତାକାଲି ବିଜେଡିର ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ। ନବୀନ ପଟ୍ଟନାୟକ ୯ମ ଥର ପାଇଁ ସର୍ବ ସହମତି ଭାବେ ବିଜେଡି ସଭାପତି ହେବେ। ଓଡ଼ିଶାର ଜନ ସାଧାରଣ ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଗ୍ରହଣ କରିଛନ୍ତି। ସଭାପତି ହେବା ପରେ ନବୀନ ପଟ୍ଟନାୟକ ନିଜର ଟିମ୍ ଗଠନ କରିବେ। ତାଙ୍କର ଅଭିଜ୍ଞତା ଅନୁସାରେ ସେ ଟିମ୍ ଗଠନ କରିବେ। ଓଡ଼ିଶା ଲୋକଙ୍କ ସେବା ଓ ବିକାଶ ଧାରାକୁ ବିଜେଡି ଆଗକୁ ନେବ। ବିକାଶ ପ୍ରକ୍ରିୟାକୁ ଯଦି ଧିମା କରାଯିବ ସେତେବେଳ ବିଜେଡି ଲଢ଼େଇ କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି।

ସଭାପତି ପଦ ନିମନ୍ତେ ଗୁରୁବାର ନବୀନ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି। ତେଣୁ ନିର୍ଦ୍ବନ୍ଦ୍ବରେ ସେ ସଭାପତି ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ। ଗତକାଲି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ଶଙ୍ଖ ଭବନରେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

  • Related Posts

    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading
    ଭୁବନେଶ୍ବରରେ ଓଡ଼ିଶା ବନ୍ଦ ପ୍ରଭାବ

    ଭୁବନେଶ୍ୱର: ଚାରି ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ସାଧାରଣ ଲୋକେ ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ