ଭୁବମନେଶ୍ବର,20/04/2026: ଆସନ୍ତାକାଲି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାରପୋର୍ଟ ପାଖ ପଡିଆରେ ଏକ ବିରାଟ କାର୍ଯ୍ୟକ୍ରମ ପାଇଁ ହୋଇଛି ବ୍ୟବସ୍ଥା। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଇସ୍ପାତ ସହର ରାଉରକେଲା। ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ। ବିମାନବନ୍ଦର ଅଂଚଳ, ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମଙ୍କ ଗସ୍ତ ଥିବା ଅଂଚଳରେ ନୋ ଡ୍ରୋନ ଜୋନ୍ ବା ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ। ଏହି କଟକଣା ଆଗାମୀ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ରହିବ। ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଆଜି ଏକ ବିରାଟ କାରକେଡ୍ ରିହର୍ସାଲ୍ ହେଉଛି । ରାଉରକେଲା ବିମାନ ବନ୍ଦରରରୁ ଆରମ୍ଭ ହୋଇ ଏହି କାରକେଡ୍ ପାନପୋଷ ଯାଏ ଯିବ। ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ଫୋର୍ସ ଏଥିରେ ସାମିଲ ହୋଇଛନ୍ତି।
ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…
