ଆହୁରି କଲବଲ କରିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆହୁରି କଲବଲ କରିବ ତାତି । ଆଗାମୀ ୨ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ବାବନା ରହିଛି। ଆଜି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡିକ ହେଉଛି ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର ଓ ସମ୍ବଲପୁର। ଏଥିସହିତ ଆଗମୀ ୭ ଦିନ ପାଇଁ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ରାଜ୍ୟରେ ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସକାଳ ୮ଟା ପରେ ରାସ୍ତାଘାଟ ଶୁନଶାନ୍ ହୋଇଯାଉଛି । କିଛି ଦିନ ତଳେ କାଳବୈଶାଖୀ ଯୋଗୁଁ ତାତି କମ୍ ଥିବା ବେଳେ ଏବେ କିନ୍ତୁ ଭୀଷଣ ପ୍ରକୋପ ଅନୁଭୂତ ହେଉଛି । ନିହା କାମ ନ ଥିଲେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଅସହ୍ୟ କରୁଥିବା ବେଳେ ରାଜ୍ୟର ବହୁ ଜିଲ୍ଲାବାସୀ ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।

ତାତିରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଥଣ୍ଡା ପାନୀୟ ଦୋକାନ ସମେତ ତରଭୁଜ ତଥା ପଇଡ ପିଇବାକୁ ଖୁବ୍ ଭିଡ଼ ଜମାଉଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ପାଇଁ ସେଭଳି କୌଣସି ସ୍ଥାନରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇନି। କିମ୍ବା ରାସ୍ତାକଡ଼ରେ ଜଳଛତ୍ର ବି ସେପରି କିଛି ଖୋଲାଯାଇନି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

  • Related Posts

    ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

    ଭୁବନେଶ୍ୱର,୨୧/୦୪/୨୦୨୬:ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର…

    Continue reading
    ଜେଇଇ ମେନ୍ ୨୦୨୬ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୪୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

    ଭୁବନେଶ୍ୱର,୨୧/୦୪/୨୦୨୬: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ମେନ୍ ୨୦୨୬ (ସେସନ୍-୨) ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୧୪୧ ଜଣ ଛାତ୍ରଛାତ୍ରୀ ଜେଇଇ (ଏଡଭାନ୍ସଡ୍)…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର