ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ଚଳିତ ବର୍ଷ ଫେବୃଆରୀ ୧୩ରେ କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ୨୦୨୫କୁ ଉପସ୍ଥାପନ କରିଥିଲେ। ଏହା ଆୟକର ଆଇନ ୧୯୬୧ର ସ୍ଥାନ ନେବାର ଥିଲା। କିନ୍ତୁ ଏହାକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ନୂଆ ରୂପରେ କେନ୍ଦ୍ର ସରକାର ଆୟକର ବିଲକୁ ପୁଣି ଉପସ୍ଥାପନ କରିବେ। ଆୟକର ବିଲର ସମୀକ୍ଷା କରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ସିଲେକ୍ଟ କମିଟି ଗଠନ କରାଯାଇଥିଲା। ଏବେ ନୂଆ ବିଲରେ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶଗୁଡ଼ିକୁ ସାମିଲ କରାଯିବ। ଏହାପରେ ଅଗଷ୍ଟ ୧୧ରେ କେନ୍ଦ୍ର ସରକାର ନୂଆ ଆୟକର ବିଲ ଆଣିବେ।ଆୟକର ବିଲ ୨୦୨୫ରେ ବିଭିନ୍ନ ସଂସ୍କାରର ବ୍ୟବସ୍ଥା ହୋଇଥିବା ବେଳେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ଦୂର କରି ସବୁ ପ୍ରକାରର ପରାମର୍ଶକୁ ସାମିଲ କରି ସଂଶୋଧିତ ତଥା ନୂଆ ରୂପରେ ଆୟକର ବିଲ ଆସିବ। ଏହାକୁ ସୋମବାର ସଂସଦରେ ଉପସ୍ଥାପନ କରାଂବ ବୋଲି ଜଣାପଡ଼ିଛି।ସରକାର ଉପସ୍ଥାପନ କରିଥିବା ବିଲକୁ ସମୀକ୍ଷା କରି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୁଲାଇ ୨୧ରେ ସଂସଦରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ୪,୫୦୦ ପୃଷ୍ଠାର ହୋଇଥିବା ବେଳେ ଏଥିରେ ୨୮୫ଟି ପ୍ରସ୍ତାବ ଦିଆଯାଇଛି।ଏଥିରେ ଏମିତି କିଛି ପ୍ରସ୍ତାବ ରହିଛି, ଯାହା ସାଧାରଣ ଲୋକଙ୍କୁ ବେଶ ଫାଇଦା ଦେବ ବୋଲି କୁହାଯାଉଛି। ସୋମବାର ଆସିବାକୁ ଥିବା ଆୟକର ବିଲ ପୁରୁଣା ୧୯୬୧ ଆଇନର ସ୍ଥାନ ନେବ।

  • Related Posts

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦…

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ଜାତୀୟ ଶିକ୍ଷା ନୀତିରୁ ୩ ଭାଷା ନୀତିକୁ ନେଇ ବିବାଦ ଚାଲିଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ତାମିଲନାଡୁ ପାଇଁ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ଏହି ନୀତିକୁ ସାର୍ବଜନୀନ କରି ଷ୍ଟାଲିନ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar