ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ଚଳିତ ବର୍ଷ ଫେବୃଆରୀ ୧୩ରେ କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ୨୦୨୫କୁ ଉପସ୍ଥାପନ କରିଥିଲେ। ଏହା ଆୟକର ଆଇନ ୧୯୬୧ର ସ୍ଥାନ ନେବାର ଥିଲା। କିନ୍ତୁ ଏହାକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ନୂଆ ରୂପରେ କେନ୍ଦ୍ର ସରକାର ଆୟକର ବିଲକୁ ପୁଣି ଉପସ୍ଥାପନ କରିବେ। ଆୟକର ବିଲର ସମୀକ୍ଷା କରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ସିଲେକ୍ଟ କମିଟି ଗଠନ କରାଯାଇଥିଲା। ଏବେ ନୂଆ ବିଲରେ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶଗୁଡ଼ିକୁ ସାମିଲ କରାଯିବ। ଏହାପରେ ଅଗଷ୍ଟ ୧୧ରେ କେନ୍ଦ୍ର ସରକାର ନୂଆ ଆୟକର ବିଲ ଆଣିବେ।ଆୟକର ବିଲ ୨୦୨୫ରେ ବିଭିନ୍ନ ସଂସ୍କାରର ବ୍ୟବସ୍ଥା ହୋଇଥିବା ବେଳେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ଦୂର କରି ସବୁ ପ୍ରକାରର ପରାମର୍ଶକୁ ସାମିଲ କରି ସଂଶୋଧିତ ତଥା ନୂଆ ରୂପରେ ଆୟକର ବିଲ ଆସିବ। ଏହାକୁ ସୋମବାର ସଂସଦରେ ଉପସ୍ଥାପନ କରାଂବ ବୋଲି ଜଣାପଡ଼ିଛି।ସରକାର ଉପସ୍ଥାପନ କରିଥିବା ବିଲକୁ ସମୀକ୍ଷା କରି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୁଲାଇ ୨୧ରେ ସଂସଦରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ୪,୫୦୦ ପୃଷ୍ଠାର ହୋଇଥିବା ବେଳେ ଏଥିରେ ୨୮୫ଟି ପ୍ରସ୍ତାବ ଦିଆଯାଇଛି।ଏଥିରେ ଏମିତି କିଛି ପ୍ରସ୍ତାବ ରହିଛି, ଯାହା ସାଧାରଣ ଲୋକଙ୍କୁ ବେଶ ଫାଇଦା ଦେବ ବୋଲି କୁହାଯାଉଛି। ସୋମବାର ଆସିବାକୁ ଥିବା ଆୟକର ବିଲ ପୁରୁଣା ୧୯୬୧ ଆଇନର ସ୍ଥାନ ନେବ।

  • Related Posts

    କୁଏତ, ବାହାରିନ୍‌ ଉପରେ ଇରାନର ଆକ୍ରମଣ

    କୁଏତ ସିଟି: କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି। ଏ…

    Continue reading
    ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା

    ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା । ତେଲେଙ୍ଗାନାର ଜଣେ 28 ବର୍ଷୀୟ ଯୁବକ, ଆମେରିକାରେ ଏକ ପାର୍ଟ-ଟାଇମ୍ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ପିଜା ଡେଲିଭରୀ କରିବା ପାଇଁ ଯାଉଥିବା ବେଳେ ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ