ଆୟୁଷ୍ମାନ ଭାରତ ତାଲିକାଭୁକ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ; ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହସ୍ପିଟାଲାମାନେ କାର୍ଡଧାରୀମାନଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ କରିବା ବାଧ୍ୟତାମୂଳକ । ହସ୍ପିଟାଲ ଗୁଡ଼ିକ ପିଏମ୍–ରାହତରେ ମାଗଣା ଜରୁରୀକାଳୀନ ଚିକିତ୍ସା ଯୋଗାଇବେ । ଆୟୁଷ୍ମାନ ଡିଜିଟାଲ ମିଶନ ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି(ସାସ୍) ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି । ଘରୋଇ ହସ୍ପିଟାଲରେ ଏସବୁ ଯୋଜନାର ଅନୁପାଳନ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର ବୃନ୍ଦା ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ୩୧ ସୁଦ୍ଧା ପଞ୍ଜିକୃତ ହସ୍ପିଟାଲଗୁଡ଼ିକ ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ପ୍ରଦାନ କରିବେ । ଆୟୁଷ୍ମାନ ଡିଜିଟାଲ ମିଶନ ଦ୍ୱାରା ନିର୍ଦ୍ଧାରିତ ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା, ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଧାରିତ ରୋଗୀଙ୍କ ମେଡିକାଲ ରେକର୍ଡ, ହସ୍ପିଟାଲରେ ସେବା ସୁବିଧା ରେଜିଷ୍ଟର୍ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର, ନର୍ସଙ୍କ ରେଜିଷ୍ଟର୍ ଆଦିକୁ ଏବିଡିଏମ୍ ସଫ୍ଟଓୟାର ସହ ସଂଯୁକ୍ତ କରିବେ ।

ଅନ୍ୟଥା ଆୟୁଷ୍ମାନ ଯୋଜନାରେ ସମ୍ପୃକ୍ତ ହସ୍ପିଟାଲ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହୋଇଯିବ ଏବଂ ଏପରି ଅବସ୍ଥା ଜାରି ରଖିଲେ ପରବର୍ତ୍ତୀ ସମୟରେ ହସ୍ପିଟାଲକୁ ତାଲିକା ବହିର୍ଭୂତ କରାଯାଇପାରେ । ପ୍ରଧାନମନ୍ତ୍ରୀ ରାହତ ଯୋଜନାକୁ ସଠିକ୍ ଭାବେ ପ୍ରତି ହସ୍ପିଟାଲ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ହସ୍ପିଟାଲ ସାମ୍ନାରେ ଏନେଇ ବିଜ୍ଞାପନ ବୋର୍ଡ ପ୍ରଦର୍ଶନ କରିବେ । ସଡ଼କ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ନିଶୁଳ୍କ ଜରୁରୀକାଳୀନ ଚିକିତ୍ସା ୭ ଦିନ ପର୍ଯ୍ୟନ୍ତ ଯୋଗାଇବେ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ମୁଣ୍ଡପିଛା ୧.୫ ଲକ୍ଷ ଟଙ୍କାର ନିଶୁଳ୍କ ଉଚ୍ଚମାନର ଚିକିତ୍ସା ପାଇଁ ସରକାର ଅର୍ଥ ବରାଦ କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ କାର୍ଡଧାରୀଙ୍କୁ ନିୟମ ଅନୁଯାୟୀ ନିଶୁଳ୍କ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ଡାକ୍ତର ବୃନ୍ଦା ନିର୍ଦ୍ଦେଶ ଦେଇଥିଲେ ।

  • Related Posts

    ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…

    Continue reading
    ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

    ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ