ଇରାନ ବିରୋଧୀ ଯୁଦ୍ଧରେ ସାମିଲ ହୁଅ : ନେତାନ୍ୟାହୁ

ତେଲ୍‌ଆଭିଭ୍‌: ଇରାନ ବିରୋଧୀ ଯୁଦ୍ଧରେ ସାମିଲ ହେବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବିଶ୍ବ ନେତାଙ୍କୁ ଆହ୍ବାନ ଦେଇଛନ୍ତି। ରବିବାର ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ସଫଳ କରିବା ଲାଗି ଅନ୍ୟ ରାଷ୍ଟ୍ରଗୁଡିକ ସହଯୋଗ କରିବା ଦରକାର। ଇରାନ ସମଗ୍ର ବିଶ୍ବ ପାଇଁ ବିପଦ ଭାବେ ଉଭା ହେବାକୁ ଯାଉଛି। ଏପରି ବିପଦକୁ ପ୍ରତିହତ କରିବା ସମଗ୍ର ବିଶ୍ବର ଦାୟିତ୍ବ। ଇରାନର କ୍ଷେପଣାସ୍ତ୍ର ମାଡରେ କ୍ଷତିଗ୍ରସ୍ତ ହୋଇଥିବା ଇସ୍ରାଏଲର ଆରାଦ ସହର ପରିଦର୍ଶନ କରିବା ଅବସରରେ ସେ କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ଇରାନ ଯେଉଁସବୁ ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କରିଛି ତାହା ପ୍ରମାଣିତ କରୁଛି ଯେ ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ। ଆରାଦ ସହରର ସାଧାରଣ ଆବାସିକ ଅଞ୍ଚଳ, ଜେରୁଜେଲମ୍‌ର ଧାର୍ମିକସ୍ଥଳକୁ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏପରି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ଜୀବନହାନି ଘଟାଇବା। ଆଗାମୀ ଦିନରେ ଇରାନ ଅଧିକ ଭୟଙ୍କର ହେବା ପୂର୍ବରୁ ଏହାକୁ ମିଳିତ ଭାବେ ଦମନ କରାଯିବା ଦରକାର।

  • Related Posts

    ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ତଦନ୍ତ ଆରମ୍ଭ

    ନୋଏଡ଼ା : ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ଗତକାଲିର ନୋଏଡ଼ା ହିଂସାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ୍। ଏନେଇ ତଦନ୍ତ ବି ଆରମ୍ଭ କରାଯାଇଛି। ଗତ କିଛି ଦିନ ଧରି…

    Continue reading
    ଏସଆଇଆରରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆରରୁ ପକ୍ରିୟାରୁ ବାଦ୍ ପଡିଥିବା ଭୋଟରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ୩୪ ଲୋକଙ୍କୁ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି, ଯେଉଁମାନଙ୍କ ନାମ ଏସଆଇଆର ସମୟରେ ଭୋଟର ତାଲିକାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ