ଇସଲାମାବାଦରେ ଇରାନ-ଆମେରିକା ଅଲୋଚନା ଫେଲ୍

ନୂଆଦିଲ୍ଲୀ; ମଧ୍ୟପ୍ରାଚ୍ୟ ଯୁଦ୍ଧର ଅବସାନ ପାଇଁ ଗତକାଲି ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଶାନ୍ତି ଆଲୋନଚା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଆଲୋନଚା ହୋଇଥିଲା । ହୋର୍ମୁଜ ପ୍ରଣାଳୀ, ଲେବାନନ୍ ବିବାଦ ଏବଂ ଯୁଦ୍ଧବିରତି ଉପରେ ଚର୍ଚ୍ଚା ହୋଇଥିଲା । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଲୋଚନା ବିଫଳ ହୋଇଥିବା କହିଛନ୍ତି । ସେ କହିଛନ୍ତି, ଆମେରିକା ବିନା ନିଷ୍କର୍ସରେ ଫେରିଯାଉଛି । ଇରାନକୁ ବେଷ୍ଟ ଅଫର୍ ଦେଇଥିଲୁ ହେଲେ ସେ ରାଜି ହେଲାନାହିଁ । ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି ।​​​​​​​

ମଧ୍ୟପ୍ରାଚ୍ୟ ବିବାଦର ଅନ୍ତ ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅନୁଷ୍ଠିତ ଆମେରିକା ଏବଂ ଇରାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିନା ସହମତିରେ ଶେଷ ହୋଇଛି । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୨୧ ଘଣ୍ଟା ଧରି ଆଲୋଚନା ସତ୍ତ୍ୱେ, ଦୁଇ ଦେଶ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ଦୁଇ ଦେଶ ମଧ୍ୟରେ ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ଷରେ ପହଞ୍ଚିପାରି ନଥିଲା । ଆମେରିକାର ପ୍ରାଥମିକ ଦାବି ହେଉଛି, ଇରାନ ଯେକୌଣସି ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ କିମ୍ବା ସମ୍ପର୍କିତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ପଷ୍ଟ ଏବଂ ଠୋସ୍ ପ୍ରତିବଦ୍ଧତା ପ୍ରକାଶ କରୁ । କିନ୍ତୁ ଇରାନ ପାଳନ କରିବାକୁ ଅନିଚ୍ଛୁକ ରହିଲା । ଆମକୁ ଦୃଢ଼ ଗ୍ୟାରେଣ୍ଟି ଆବଶ୍ୟକ ଯେ, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରିବ ନାହିଁ । ଆମେ କୌଣସି ଚୁକ୍ତିନାମାରେ ପହଞ୍ଚି ନପାରି ଆମେରିକାକୁ ଫେରିଯାଉଛୁ । ”

ଜେଡି ଭାନ୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଦୁଃଖଦ ଖବର ହେଉଛି ଯେ, ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ମୁଁ ଭାବୁଛି ଏହା ଆମେରିକା ଅପେକ୍ଷା ଇରାନ ପାଇଁ ଅଧିକ ଖରାପ ଖବର । ତେଣୁ, ଆମେ କୌଣସି ଚୁକ୍ତିରେ ପହଞ୍ଚି ନପାରି ଆମେରିକାକୁ ଫେରିଯାଉଛୁ । ସେମାନେ ଆମର ସର୍ତ୍ତାବଳୀ ଗ୍ରହଣ କରିବାକୁ ମନା କରିଛନ୍ତି । ଆମେ ୨୧ ଘଣ୍ଟା ଧରି ଏହି କାର୍ଯ୍ୟରେ ଅଛୁ ଏବଂ ଇରାନମାନଙ୍କ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛୁ । ଖରାପ ଖବର ହେଉଛି ଯେ ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ।”

​​​​​​​ଇରାନର ମତ- ଇରାନର ମତ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ କହିଛନ୍ତି ଯେ, ଆଲୋଚନାର ସଫଳତା ଅନ୍ୟ ପକ୍ଷ କେତେ ଆନ୍ତରିକତା ଏବଂ ସନ୍ତୁଳନ ଦେଖାଉଛି ତାହା ଉପରେ ନିର୍ଭର କରେ । ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ, ହୋର୍ମୁଜ୍ ପ୍ରଣାଳୀ, ପରମାଣୁ କାର୍ଯ୍ୟକ୍ରମ, ପ୍ରତିବନ୍ଧକ ଉଠାଇବା, ଯୁଦ୍ଧ କ୍ଷତିପୂରଣ ଏବଂ ସମଗ୍ର ଅଞ୍ଚଳରେ ଶତ୍ରୁତା ସମାପ୍ତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେ ଆମେରିକା ଉପରେ ଅତ୍ୟଧିକ ଏବଂ ଅବୈଧ ଦାବି କରୁଥିବା ଅଭିଯୋଗ କରିଛନ୍ତି ।

ଏବେ କ’ଣ ହେବ ? ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଫଳରେ ସମଗ୍ର ବିଶ୍ୱ ପାଇଁ ଶକ୍ତିର ଉତ୍ସ ଭାବରେ ବିବେଚିତ ମଧ୍ୟପ୍ରାଚ୍ୟର ଭବିଷ୍ୟତ ବିଷୟରେ ଅନେକ ପ୍ରଶ୍ନ ଉଠିଛି । ହୋର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଇରାନ ପକ୍ଷରୁ କୌଣସି ଦୃଢ଼ ପ୍ରତିଶ୍ରୁତି ନ ମିଳିବାରୁ, ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ ଯୋଗାଣ ଅବରୋଧ ଜାରି ରହିବ । ଇସଲାମାବାଦ ଗସ୍ତ ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ପରବର୍ତ୍ତୀ ସମୟରେ କ’ଣ ହେବ ତାହା ସ୍ପଷ୍ଟ କରିନାହାନ୍ତି । ସେ ଇଙ୍ଗିତ ଦେଇଥିଲେ ଯେ ଇରାନ ଏବେ ବି ଫେରି ଆସି ଆମେରିକାର ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବକୁ ଗ୍ରହଣ କରିପାରିବ, କିନ୍ତୁ ମତଭେଦ ସମାଧାନ ପାଇଁ ଭବିଷ୍ୟତ ଆଲୋଚନା ବିଷୟରେ ସେ କୌଣସି ବିବରଣୀ ଦେଇନାହାନ୍ତି । ଯଦି ଦୁଇ ଦେଶ ଜିଦରେ ଅଟଳ ରୁହନ୍ତି, ତେବେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ବଢ଼ିବାର ସମ୍ଭାବନା ଅଛି । ସମଗ୍ର ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରେ ।

  • Related Posts

    ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ତଦନ୍ତ ଆରମ୍ଭ

    ନୋଏଡ଼ା : ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ଗତକାଲିର ନୋଏଡ଼ା ହିଂସାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ୍। ଏନେଇ ତଦନ୍ତ ବି ଆରମ୍ଭ କରାଯାଇଛି। ଗତ କିଛି ଦିନ ଧରି…

    Continue reading
    ଏସଆଇଆରରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆରରୁ ପକ୍ରିୟାରୁ ବାଦ୍ ପଡିଥିବା ଭୋଟରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ୩୪ ଲୋକଙ୍କୁ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି, ଯେଉଁମାନଙ୍କ ନାମ ଏସଆଇଆର ସମୟରେ ଭୋଟର ତାଲିକାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ