ଇସ୍ରାଏଲ ଉପରେ ୨୫୦ଟି ରକେଟ ମାଡ଼ କଲା ହେଜବୁଲା

କିଛି ଦିନ ପରେ ପୁଣି ଇସ୍ରାଏଲ ଏବଂ ହେଜବୁଲ୍ଲା ମୁହାଁମୁହିଁ। ଇସ୍ରାଏଲ ଉପରେ ୨୫୦ଟି ରକେଟ ମାଡ଼ କରିଛି ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା। ଇସ୍ରାଏଲ ହେଜବୁଲ୍ଲାର ଦକ୍ଷିଣ ବେରୁଟ ଅଞ୍ଚଳ ଉପରେ ଆକ୍ରମଣ କରିବା ପରେ ପାଲଟା ଜବାବ ଦିଆଯାଇଥିବା ଲେବାନନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ଏହି ଆକ୍ରମଣରେ ୭ ଜଣ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଇସ୍ରାଏଲ ଏୟାର ଫୋର୍ସ ହେଜବୁଲ୍ଲାର ଏକାଧିକ ରକେଟକୁ ଖସାଇ ଦେଇଥିଲା। କିନ୍ତୁ କିଛି ରକେଟ ଇସ୍ରାଏଲ ଉପରେ ମାଡ଼ ହୋଇଛି। ଫଳରେ କେତେକ ଘର ଭାଙ୍ଗିଯିବା ସହ ୭ ଜଣ ଆହତ ହୋଇଛନ୍ତି।
ଏନେଇ ଇସ୍ରାଏଲ ସୈନ୍ୟବାହିନୀଙ୍କ ପକ୍ଷରୁ ମଧ୍ୟ ନିଶ୍ଚିତ କରାଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ଇସ୍ରାଏଲ ଉପରେ ହେଜବୁଲ୍ଲା ୨୫୦ଟି ପ୍ରୋଜେକ୍ଟାଇଲ ଗୁଳି ମାଡ଼ କରିଛି। ସେପ୍ଟେମ୍ବର ୨୪ରେ ଇସ୍ରାଏଲ ହେଜବୁଲ୍ଲା ବିରୁଦ୍ଧରେ ଏୟାର ଷ୍ଟ୍ରାଇକ କରିବା ପରେ ଲେବାନନ ୩୫୦ଟି ରକେଟ୍ ଲଞ୍ଚ କରିଥିଲା।

ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଦୁଇଟି ଭିଡିଓ ପୋଷ୍ଟ କରି ହେଜବୁଲ୍ଲା ରକେଡ ମାଡ଼ ଉପରେ ସୂଚନା ଦେଇଛି। ରବିବାର ହେଜବୁଲ୍ଲାର ରକେଟ ତଳେ ଇସ୍ରାଏଲର ଲକ୍ଷାଧିକ ଲୋକ। ଗୋଟିଏ ଭିଡିଓରେ ଏକ ଘର ଉପରେ ରକେଟ୍ ମାଡ଼ କରୁ ଥିବାବେଳେ ଅନ୍ୟ ଭିଡ଼ିଓରେ ଏକ କାର୍ ଜଳି ଯାଇଛି। ହେଜବୁଲ୍ଲାକୁ ନିଶ୍ଚିତ ରୂପେ ହଟାଇବାକୁ ପଡ଼ିବ ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ କହିଛି।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ