ଉତ୍କଳ ବିଶ୍ୱବିଦ୍ୟାଳୟ: ମିଡ୍ ସେମିଷ୍ଟର ପରୀକ୍ଷା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ଜଣ୍ଡିସ୍ । ଏକାଧିକ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୋମବାର କର୍ତ୍ତୃପକ୍ଷ ମେଡିକାଲ୍ ଟିମ୍ ସହାୟତାରେ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି । କିଛି ଛାତ୍ରାବାସରେ ୨ରୁ ୪ଜଣଙ୍କ ଜ୍ୱର ସହ ଝାଡ଼ାବାନ୍ତି ହେଉଥିବାର ମଧ୍ୟ ଅଭିଯୋଗ ଆସିଛି । ଦୂଷିତ ପାଣି ପାଇଁ ଛାତ୍ରୀମାନେ ରୋଗାକ୍ରାନ୍ତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବାଣୀବିହାର କ୍ୟାମ୍ପସ୍‌ରେ ଜଣ୍ଡିସ୍ ବ୍ୟାପିଥିବାରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ପିଜି କାଉନସିଲ ଚେୟାରମେନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଅନୁଯାଇ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।
ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ଛାତ୍ରୀ ନିବାସରେ ୨୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବାର ଅଭିଯୋଗ । ପେଟ ଯନ୍ତ୍ରଣା ହେବା ସହ ଝାଡ଼ାବାନ୍ତି ହୋଇଥିବାର ଅଭିଯୋଗ ଆଣିଛନ୍ତି । ଦୂଷିତ ପାଣି ପାଇଁ ରୋଗ ବ୍ୟାପିଥିବା ନେଇ ଅଭିଯୋଗ ହୋଇଛି । ଜଣେ ଛାତ୍ରୀ ଅଭିଯୋଗ ଆଣିଛନ୍ତି, ଛାତ୍ର ସଂସଦ ନିର୍ବାଚନ ସମୟରେ ଜଣେ ଦୁଇ ଜଣ ଛାତ୍ରୀଙ୍କର ଝାଡ଼ା, ବାନ୍ତି ହେଉଥିବାରୁ ଛୁଟି ନେଇ ଘରକୁ ଯାଇଥିଲେ । ଏହାପରେ ଦଶହରା ପାଇଁ ବିଶ୍ୱବିଦ୍ୟାଳୟ ଛୁଟି ହୋଇଥିଲା । ମାତ୍ର ଛୁଟି ଖୋଲିବା ପରେ କିଛି ପିଲାଙ୍କ ପାଖେ ଏପରି ଅବସ୍ଥା ଦେଖିବାକୁ ମିଳିଥିଲା । ଝାଡ଼ାବାନ୍ତି ସହ ଜ୍ୱର ଥିବା ଲକ୍ଷଣ ଦେଖିବାକୁ ମିଳିଥିଲା । ଦୁଇ ଜଣ ଛାତ୍ରୀ ନିଜ ଖର୍ଚ୍ଚରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

କ୍ୟାମ୍ପସରେ ରହୁଥିବା ଛାତ୍ରୀଙ୍କ ଅଭିଯୋଗ, ପ୍ରତିବର୍ଷ ଏପରି ଘଟଣା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଜଳଯୋଗାଣ ପାଇପ ଫାଟି ପାଣି ଲିକ୍ ହେଉଛି । ଦୁର୍ଗନ୍ଧ ବାହାରୁଛି। ହଷ୍ଟେଲ ଖାଦ୍ୟ ମଧ୍ୟ ଅପରିଷ୍କାର ପରିବେଶରେ ପ୍ରସ୍ତୁତ କରାଯାଉଛି । ଏଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ।
ଅନ୍ୟପଟେ ବିଶ୍ୱବିଦ୍ୟାଳୟର ଅଧିକାରୀ କହିଛନ୍ତି, ୨୭ ତାରିଖରେ ହଷ୍ଟେଲ ଖୋଲିବା ପରେ ପିଲାଙ୍କ ପାଖେ ଏପରି ଲକ୍ଷଣ ଓ ଆକ୍ରାନ୍ତ ହୋଇଥିବାର ଖବର ହସ୍ତଗତ ହେଲା। ୨ଜଣ ଛାତ୍ରୀ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ହଷ୍ଟେଲ୍‌କୁ ନ ବ୍ୟାପିବା ପାଇଁ ଏବଂ ଏପରି କାହିଁକି ହେଲା ତାର ସମୀକ୍ଷା କରିବା ଲାଗି କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

  • Related Posts

    ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଗିରଫ

    ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍‌ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ…

    Continue reading
    ବନ୍ୟା ଓ ବାତ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ:ମନ୍ତ୍ରୀ

    ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ IAS ଅଧିକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି