ଉପବାସ ସମୟରେ କ’ଣ ଖାଇବେନି

ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ। ତେବେ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି ଯାହାକୁ ଖାଇବା ଦ୍ବାରା ଗ୍ୟାସ୍‌, ଏସିଡିଟି, ବାନ୍ତି ଭଳି ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା, ଏହି ସମୟରେ କେଉଁସବୁ ଖାଦ୍ୟ ହାନିକାରକ ହୋଇପାରେ।

 ଉପବାସ ବେଳେ ଅତ୍ୟଧିକ ଚା’ ପିଇବା ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ଦୁଇ କପ୍‌ରୁ ଅଧିକ ଚା’ ପିଇଲେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦେଖାଦେଇଥାଏ।
 ଖାଲି ପେଟ‌େର କମଳା, ଲେମ୍ବୁ ଆଦି ଖଟା ଫଳ ଖାଆନ୍ତୁ ନାହିଁ। ଏହା ବଦଳରେ କଦଳୀ, ସେଓ ଓ ତରଭୁଜ ଆଦି ଖାଇପାରିବେ।
 ଉପବାସ ଭାଙ୍ଗିବା ବେଳେ କିଛି ଲୋକେ ପୁରି/ପିଠା ଆଦି ତେଲଛଣା ଖାଇଥାନ୍ତି, ଯାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
 ବିଶେଷ ବ୍ରତ ପାଳନ ବେଳେ କିଛି ଲୋକ ନିର୍ଜଳା ଉପବାସ କରିଥାନ୍ତି। ଏହାଦ୍ବାରା ଦୁର୍ବଳତା,
ମୁଣ୍ଡବଥା, ବାନ୍ତି ଓ ଗ୍ୟାଷ୍ଟ୍ରିକ୍‌ ଭଳି ସମସ୍ୟା ଦେଖାଯାଏ।

  • Related Posts

    ଫଳରୁ ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ

    ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍‌ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍‌ଗୁଡ଼ିକର…

    Continue reading
    ଗ୍ରୀଷ୍ମ ଋତୁରେ ଜ୍ୱର ଓ ପେଟ ଯନ୍ତ୍ରଣାରେ ଚିନ୍ତିତ କି? ଏହି ରୋଗଗୁଡ଼ିକର କାରଣ କ’ଣ ଜାଣନ୍ତି?

    ବର୍ଷର ଏହି ସମୟରେ ଖାଦ୍ୟ ଏବଂ ଜଳଜନିତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଏ। ଏଥିରେ ପାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଗରମ ଏବଂ ଆର୍ଦ୍ରତାର ମିଶ୍ରଣ ବ୍ୟାକ୍ଟେରିଆ ଓ ଭାଇରସ ପାଇଁ ସବୁଠାରୁ ଅନୁକୂଳ ପରିବେଶ ସୃଷ୍ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର