ଏମଏଲସି ନିର୍ବାଚନରେ ସପାକୁ ମିଳିଛି ଦମଦାର ବିଜୟ

ଉତ୍ତର ପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରାଣସୀରେ ସପାକୁ ମିଳିଛି ଦମଦାର ବିଜୟ। ବାରାଣସୀ ଶିକ୍ଷକଙ୍କ ଏମଏଲସି ସିଟ୍‌ ଓ ବାରାଣସୀ ଗ୍ରାଜ୍ୟୁଏଟ୍ସ ଆସନରେ ସପା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି।

କେବଳ ବାରାଣସୀ ନୁହେଁ, ଆଗ୍ରା ଟିଚର୍ସ ନିର୍ବାଚନୀ ମଣ୍ଡଳରେ ମଧ୍ୟ ସପା ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। ସପା ବାରାଣସୀରେ ଅଦ୍ଭୂତପୂର୍ବ ସଫଳତା ପାଇଥିଲେ ହେଁ ବିଜେପି ମୋଟ ଉପରେ ୫ଟି ବିଧାନ ପରିଷଦ ଆସନରେ ଜିତିଛି ଓ ରିପୋର୍ଟ ଲେଖା ହେବା ବେଳକୁ ଆଉ ଗୋଟିଏ ଆସନରେ ଲିଡ୍‌ କରୁଛି। ତେଣୁ ବିଜେପି ଖାତାକୁ ୬ଟି ବିଧାନ ପରିଷଦ ଆସନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଜେପି ପ୍ରାର୍ଥୀମାନେ ଲକ୍ଷ୍ନୌ ଟିଚର୍ସ, ମୀରଟ-ସାହାରନପୁର ଟିଚର୍ସ, ବରେଲୀ-ମୋରଦାବାଦ ଟିଚର୍ସ ଓ ମୀରଟ-ସାହାରନପୁର ଗ୍ରାଜ୍ୟୁଏଟ୍ସ ସିଟ୍‌ ସମେତ ଆଉ ଗୋଟିଏ ଆସନରେ ଜିତିଛନ୍ତି।

ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହାକୁ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ ଲଢ଼େଇ ବୋଲି କୁହାଯାଉଥିଲା। ଏବେ ବିଜେପି ଓ ସପା ମଧ୍ୟରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିଛି। ତଥାପି ବିଜେପିର ପଲ୍ଲା ସାମାନ୍ୟ ଭାରୀ ରହିଛି।

ଏବେ ମନରେ ପ୍ରଶ୍ନ ଉଠିପାରେ ଗ୍ରାଜ୍ୟୁଏଟ୍ସ ଓ ଟିଚର୍ସ ନିର୍ବାଚନ ମଣ୍ଡଳୀ କ’ଣ? ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସଦସ୍ୟ ଦୁଇଟି ଯାକ ଗୃହ ଅର୍ଥାତ ବିଧାନସଭା ଓ ବିଧାନ ପରିଷଦରେ ରୁହନ୍ତି। ସମ୍ବିଧାନ ପ୍ରଣୟନ ବେଳେ ଗୋଟିଏ ଭାବନା ସୃଷ୍ଟି କରାଯାଇଥିଲା ଯେ ବିଧାନ ପରିଷଦକୁ ଯାଉଥିବା ଲୋକମାନେ କେବଳ ଶିକ୍ଷିତ ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ଦରକାର।

ଏହାଦ୍ୱାରା ଶିକ୍ଷିତ ସଦସ୍ୟମାନେ ଜାତି, ଧର୍ମ, ଟଙ୍କା ଓ ବାହୁ ବଳକୁ ହ୍ରାସ କରିପାରିବେ। ତେଣୁ ବିଧାନ ପରିଷଦ ନିର୍ବାଚନରେ ପଞ୍ଜିକୃତ ଗ୍ରାଜ୍ୟୁଏଟ୍ସ ଓ ଶିକ୍ଷକମାନେ ହିଁ ଭୋଟିଂ କରନ୍ତି। ଏହି ନିର୍ବାଚନରେ କୌଣସି ସାଧାରଣ ଲୋକ ଭୋଟିଂ କରନ୍ତି ନାହିଁ।

ବାରାଣସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ଥିବା ଦୁଇଟି ଯାକ ବିଧାନ ପରିଷଦ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ବାରାଣସୀ ଟିଚର୍ସ ସିଟ୍‌ରେ ସପାର ଲାଲ ବିହାରୀ ଯାଦବ ବିଜେପିର ପ୍ରମୋଦ କୁମାର ମିଶ୍ରାଙ୍କୁ ୪,୮୯୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ୨୦୨୦ରେ ମିଶ୍ରା ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଯାଦବଙ୍କ ଠାରୁ ୯୩୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

ବାରାଣସୀ ଗ୍ରାଜ୍ୟୁଏଟ ଆସନରେ ସପାର ଆଶୁତୋଷ ସିହ୍ନା ବିଜେପିର କେଦାର ନାଥ ସିଂହଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି।

  • Related Posts

    ଶୁକ୍ରବାର ପିଏମ୍‌-କିଷାନର ୨୪ତମ କିସ୍ତି

    ନୂଆଦିଲ୍ଲୀ: ଶୁକ୍ରବାରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବାନସକଣ୍ଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ କିସ୍ତି ବାବଦ ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ…

    Continue reading
    ଟାଟା ଗ୍ରୁପ୍‌ ପ୍ରସଙ୍ଗ ; ରାହୁଲ-ସୀତାରମଣ ମୁହାଁମୁହିଁ

    ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ରେ ନେତୃତ୍ବକୁ ନେଇ ଦେଖା ଦେଇଥିବା ବିବାଦରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଟାଟା ଗ୍ରୁପ୍‌ରେ ଦେଖା ଦେଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ