ଏହି ସବୁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସମବାୟ ବିଭାଗ, ଅର୍ଥ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ସ୍ଵାସ୍ଥ୍ୟ ଓ ପରିବାର ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଲୋକସେବା ଭବନରେ ବସିଥିଲା ।ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡ଼ିକର ସୁପରିଚାଳନା ଲାଗି ସଂଗ୍ରହାଳୟ ନିର୍ଦ୍ଦେଶାଳୟ କ୍ୟାର୍ଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିସହ ନିର୍ଦ୍ଦେଶାଳୟରେ ପଦବୀ ସଂଖ୍ୟା ୧୭ରୁ ୩୯କୁ ବୃଦ୍ଧି କରାଯାଇଛି । ସମବାୟ ବିଭାଗର ଆଦର୍ଶ ମଣ୍ଡି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାର ଅନୁନ୍ୟ ଗୋଟିଏ ମଣ୍ଡି ହେବ ଆଦର୍ଶ ମଣ୍ଡି । ଏଥିପାଇଁ ମୋଟ ୩୦୦ କୋଟି ଖର୍ଚ୍ଚ ହେବ । ୧୫୦ କୋଟି ଟଙ୍କା ବଜେଟରେ ୨ ବର୍ଷରେ ଦିଆଯିବ । ବାକି ଖର୍ଚ୍ଚ ଆରଏମସି ଦେବ । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ସମବାୟ ବିଭାଗ ବଜେଟ୍‌ରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଆଦର୍ଶ ମଣ୍ଡିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସହ ବିହନ ମାନ ପରୀକ୍ଷଣ ସୁବିଧା ରହିବ । ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ମଡେଲ୍ ମଣ୍ଡି କରାଯିବ । ଓଡ଼ିଆ ଅମଲା ସେବା (ବାଣିଜ୍ୟ ଓ ଦ୍ରବ୍ୟକର) ନିୟମାବଳୀ, ୨୦୨୫ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ୧୧୦ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍ ଲଗାଯିବ । ଏଥିରେ ନୂଆ ଲାଇଟ୍ ସହ ପୁରୁଣାର ମରାମତି ହେବ । ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସମ୍ବଲପୁର ସହର ପାଇଁ ବଡ଼ ପାନୀୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୪ ଘଣ୍ଟା ୭ ଦିନ ପାନୀୟ ଜଳ ଯୋଗାଣ ପାଇଁ ୩୮୨ କୋଟିର ଟେଣ୍ଡରକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପରିଚାଳନା ସହ ୫ ବର୍ଷ ରକ୍ଷଣାବେକ୍ଷଣ କରାଯିବ ।
ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (MRO) କାର୍ଯ୍ୟକାରୀ ହେବ । ଓଡ଼ିଶାର ଭୌଗଳିକ ସ୍ଥିତି ଦୃଷ୍ଟିକୋଣରୁ ଏ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛି । ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବରେ ପରିଣତ କରିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବ ଭାରତରେ ପ୍ରଥମ ପ୍ରମୁଖ MRO ସୁବିଧା ହେବ । ଏଥିପାଇଁ ସରକାର ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନର ଏକ ସ୍ଵତନ୍ତ୍ର ପ୍ୟାକେଜକୁ ଅନୁମୋଦନ ମିଳିଛି ।

ରାଜ୍ୟରେ ଆଉ ୭ଟି ନର୍ସିଂ କଲେଜ ଖୋଲାଯିବ । ଏ ସବୁ ନର୍ସିଂ କଲେଜ ୭ଗୋଟି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଖୋଲିବାକୁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ଅଧିନରେ ଖାଲି ପଡ଼ିଥିବା ମୂଳ ଟ୍ୟୁଟର୍ ପଦବୀ ପୂରଣ କରାଯାଇପାରିବ ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ