ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ଜଣ ଓଏଏସ୍‌ ଅଧିକାରୀଙ୍କୁ ଉପଜିଲାପାଳ ଭାବେ ଏବଂ ଜଣଙ୍କୁ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ସମ୍ବଲପୁର କୁଚିଣ୍ଡା ଆଇଟିଡିଏ ପିଏଙ୍କୁ ବରଗଡ଼ ଉପଜିଲାପାଳ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଭୁବନେଶ୍ୱର ମହାନଗର ନିଗମର ଉପାୟୁକ୍ତ ଅଶୋକ କୁମାର ଦାସଙ୍କୁ ବଣାଇ ଉପଜିଲାପାଳ, ଦୟାସିନ୍ଧୁ ପରିଡ଼ାଙ୍କୁ ମୟୂରଭଞ୍ଜ କରଞ୍ଜିଆ ଉପଜିଲାପାଳ, ଯଦୁମଣି ନାଏକଙ୍କୁ ଜୟପୁର ଉପଜିଲାପାଳ, ଆଶିଷ ରଞ୍ଜନ ସାହୁଙ୍କୁ ତାଳଚେର ଉପଜିଲାପାଳ, ଅଜୟ ପ୍ରକାଶ ତିର୍କୀଙ୍କୁ ରାଇରଙ୍ଗପୁର ବାମନଘାଟି ଉପଜିଲାପାଳ, ମନସ୍ବିନୀ ଦାସଙ୍କୁ କଟକ ବାଙ୍କୀ ଉପଜିଲାପାଳ, ଖୋର୍ଦ୍ଧାର ପୂର୍ବତନ ବିଡିଓ କ୍ଷୀରବ୍ଧିତନୟା ସାହୁଙ୍କୁ ରାୟଗଡ଼ା ଉପଜିଲାପାଳ ଏବଂ ରାୟଗଡ଼ା ଉପଜିଲାପାଳ ଥିବା ରମେଶ କୁମାର ଜେନାଙ୍କୁ ବିଧାନସଭା ସଚିବାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭଦ୍ରକ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

  • Related Posts

    ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ

    କଟକ ୪।୬: ଏସ୍‌ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । କଟକ ଏସ୍‌ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ୱାର୍ଡ ଭିତରେ ଥିବା…

    Continue reading
    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ