ଓଏଏସ୍‌ କନିଷ୍ଠ ଶାଖା ଅଧିକାରୀ ସ୍ତରରେ ହେଲା ଅଦଳବଦଳ

ଭୁବନେଶ୍ବର,୨୬/୨୦୨୬:ରାଜ୍ୟ ସରକାର ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌) କ(କନିଷ୍ଠ ଶାଖା) ଅଧିକାରୀଙ୍କ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଚିଠି ନଂ ୧୨୬୭୮/୨୦୨୬ ଅନୁସାରେ ନିର୍ଦ୍ଦେଶ ପ୍ରକାଶ ପାଇଛି। ୧୩ ଜଣ ଅଧିକାରୀଙ୍କର ବଦଳି ହୋଇଛି । କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ସତ୍ୟବ୍ରତ ସାହୁଙ୍କୁ ଚମ୍ପୁଆ ତହସିଲଦାର, ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଦେବାଶିଷ ଜେନାଙ୍କୁ ମାଲକାନଗିରି ତହସିଲଦାର, ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଶୁଭମ୍‌ ଦାସଙ୍କୁ ମୟୂରଭଞ୍ଜ ମୋରାଦା ତହସିଲଦାର ଭାବେ ବଦଳି ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କୁ ମୟୂରଭଞ୍ଜ ଡେପୁଟି ଜିଲ୍ଲାପାଳ ଭାବେ ବଦଳି ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଭବାନୀ ପ୍ରସାଦ ସାହୁଙ୍କୁ ରାଇରଙ୍ଗପୁରତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ନୂଆପଡ଼ା ଡେପୁଟି ଜିଲ୍ଲାପାଳ ଜନ୍ମେଜୟ ବେହେରାଙ୍କୁ ସମ୍ବଲପୁର ଏସ୍‌ଏମ୍‌ସିର ଡେପୁଟି ଆୟୁକ୍ତ ଭାବେ ବଦଳି ହୋଇଛି। ନବରଙ୍ଗପୁର ଡେପୁଟି ଜିଲ୍ଲାପାଳ ମନମୋହନ ସାହୁଙ୍କୁ ନବରଙ୍ଗପୁର ରାଇଘର ତହସିଲଦାର, ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଦେବାଷିଷ ସେଠୀଙ୍କୁ ପୁରୀ ବ୍ରହ୍ମଗିରି ତହସିଲଦାର, ପୁରୀ ଡେପୁଟି ଜିଲ୍ଲାପାଳ ସହଦେବ ସାହୁଙ୍କୁ ପୁରୀ କୃଷ୍ଣପ୍ରସାଦ ତହସିଲଦାର, ଜଗତସିଂହପୁର ଡେପୁଟି ଜିଲ୍ଲାପାଳ ସୁଦର୍ଶନ ଗୁରୁଙ୍କୁ ଭଦ୍ରକ ଡିଏସ୍‌ଆର୍‌, ବାଲେଶ୍ବର ବାଲିଆପାଳ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ମୟୂରଭଞ୍ଜ କରଞ୍ଜିଆ ତହସିଲଦାର, କେଉଁଝର ଡେପୁଟି ଜିଲ୍ଲାପାଳ ରୂପାଲୀ ହାଂସଦାଙ୍କୁ କରଞ୍ଜିଆ ତହସିଲଦାର, ମୋ ସ୍କୁଲ ଅଧ୍ୟକ୍ଷଙ୍କ ଓଏସ୍‌ଡି (ଓୟୁଟି ବିଞ୍ଝାରପୁର ତହସିଲଦାର)ଙ୍କୁ ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

  • Related Posts

    ପାଇପ ଜଳଯୋଗାଣ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା ବୈଠକ

    ଭୁବନେଶ୍ୱର: ଖୋରଧା ଜିଲ୍ଲା ତଥା ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା…

    Continue reading
    ଓଡ଼ିଶାରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

    ଭୁବନେଶ୍ୱର: ବନ୍ୟପ୍ରାଣୀ ସଂରକ୍ଷଣ, ବୈଜ୍ଞାନିକ ଗବେଷଣା, ପରିବେଶ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ଇକୋ-ଟୁରିଜମ୍‌କୁ ଅଧିକ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଓଡ଼ିଶାରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ-୨୦୨୬ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ