ଓଡ଼ିଶାରେ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌

ଭୁବନେଶ୍ୱର: ଏଣିକି ଅଦାଲତ, ବିମାନବନ୍ଦରରକୁ ବୋମାରେ ଉଡ଼େଇଦେବା ଧମକ ଶୁଣି ଆଉ ଡରିବନି ଓଡ଼ିଶା ପୁଲିସ । ସହରାଞ୍ଚଳରେ ଆତଙ୍କୀ ହମ୍‌ଲାକୁ ମୁକାବିଲା ପାଇଁ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌(ଏଟିଏସ୍‌) । ଓଡ଼ିଶାରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦୀ ସମ୍ୱନ୍ଧୀୟ ଧମକଗୁଡ଼ିକର ଦ୍ରୁତ ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି, ଆତଙ୍କବାଦ ପାଇଁ ସ୍ପେଶାଲ ଅପରେସନ ଗ୍ରୁପ୍‌ (ଏସ୍‌ଓଜି) ନିକଟରେ ପୂର୍ବରୁ ଏକ ଛୋଟ ଟାକ୍ଟିକାଲ ୟୁନିଟ୍‌ ଅଛି । କିନ୍ତୁ ଏକ ପୂର୍ଣ୍ଣାଙ୍ଗ ଏଟିଏସ୍‌ ଗଢ଼ାଗଲେ, ଅଧିକ ସଂଖ୍ୟାରେ କମାଣ୍ଡୋ ନିୟୋଜିତ ହେବେ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ଥିବା ଏସ୍‌ଓଜି କ୍ୟାମ୍ପସରେ ଆଧୁନିକ ତାଲିମ ସୁବିଧା ରହିଛି । ପୂର୍ବରୁ ମାଓ-ବିରୋଧୀ ଅପରେସନ ଦାୟିତ୍ୱରେ ଥିବା ସ୍ପେଶାଲ ଅପରେସନ୍ସ ଗ୍ରୁପ୍‌(ଏସ୍‌ଓଜି)କୁ ଏବେ ଆତଙ୍କବାଦର ମୁକାବିଲା ପାଇଁ ଏଟିଏସ୍‌ରେ ପୁନଃନିୟାଜିତ କରାଯିବ । ରାଜ୍ୟରେ ଆଇନଗତ ଅଧିକାର ଥିବା ଏକ ସ୍ୱତନ୍ତ୍ର ତଦନ୍ତ ପକ୍ଷ କିମ୍ୱା ସ୍ୱତନ୍ତ୍ର ପୁଲିସ୍‌ ଷ୍ଟେସନ ଭାବରେ ଏହି ଏଟିଏସ୍‌ ଗଢ଼ି ତୋଳା ଯିବ ।
ଗତବର୍ଷ ଡିସେମ୍ୱର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ଏକ ଅତ୍ୟାଧୁନିକ କାଉଣ୍ଟର ଟେରରିଜିମ୍‌ ଟ୍ରେନିଂ ଫ୍ୟାସିଲିଟି ଏବଂ ବ୍ରିଫିଙ୍ଗ ସେଣ୍ଟରର ଉଦ୍‌ଘାଟନ କରିଥିଲେ । ଯାହା ଏକାସଙ୍ଗରେ ୪୦୦ କର୍ମଚାରୀଙ୍କୁ ତାଲିମ ଦେବାକୁ ସକ୍ଷମ । ଏହି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଆତଙ୍କବାଦୀ ଧମକ ବିରୋଧରେ ଓଡ଼ିଶାର ପ୍ରସ୍ତୁତିକୁ ଅଧିକ ମଜବୁତ କରିବ । ଯଦିଓ ଓଡ଼ିଶାରେ କୌଣସି ପ୍ରତ୍ୟକ୍ଷ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, କିନ୍ତୁ ଅତୀତରେ କେତେକ ସ୍ଥାନୀୟ ବାସିନ୍ଦାଙ୍କର ଉଗ୍ରବାଦୀ ସଂଗଠନ ସହ ସମ୍ପର୍କ ସାମ୍ନାକୁ ଆସିଥିବାରୁ ପୁଲିସ ପ୍ରଶାସନ ସତର୍କ ରହିଛି । କେନ୍ଦ୍ର ସରକାର ଦେଶରେ ମାଓବାଦଙ୍କୁ ସଫଳତାର ସହ ଦମନ କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ସରକାରଙ୍କ ଧ୍ୟାନ ସହରୀ ଆତଙ୍କବାଦ(ଅର୍ବାନ ଟେରୋରିଜିମ୍‌) ଏବଂ ଯୁଦ୍ଧ କୌଶଳ ମୁକାବିଲା ଆଡ଼କୁ ଅଗ୍ରସର ହେଉଛନ୍ତି ।

  • Related Posts

    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading
    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ