ଭୁବନେଶ୍ୱର, ୨୭/୦୪/୨୦୨୬: ସମ୍ୱଲପୁରର ରେଙ୍ଗାଲି ଠାରେ JSW ଓ ଜାପାନର JFE Steel ମଧ୍ୟରେ ଏକ ଜଏଣ୍ଟ ଭେନ୍ଚର୍ ଘୋଷଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି (Mr ONO Keiichi) ମଧ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜାପାନର ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା । ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦରେ ରାଷ୍ଟ୍ରଦୂତ ଖୁବ୍ ଆନନ୍ଦିତ ହୋଇଥିଲେ । ବିଶେଷକରି, ‘ଡାଲମା’ର ସ୍ୱାଦ ତାଙ୍କୁ ଖୁବ୍ ଭଲ ଲାଗିଥିଲା । କାର୍ଯ୍ୟକ୍ରମ ପରେ ସେ ତାଙ୍କର ସୋସିଆଲ ମେଡିଆ ହ୍ୟାଣ୍ଡେଲ ‘X’ ରେ ଲେଖିଛନ୍ତି ଯେ, ‘‘ଓଡ଼ିଶାରେ ଡାଲମାର ସ୍ୱାଦକୁ ଖୁବ୍ ଉପଭୋଗ କଲି । ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଓଡ଼ିଶାର ଉନ୍ନତ ରନ୍ଧନ କଳାର ଏକ ସୁନ୍ଦର ପ୍ରତିଫଳନ ।’’
ରାଷ୍ଟ୍ରଦୂତ ମିଷ୍ଟର ଓନୋ’ଙ୍କର ଏହି ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ରାଷ୍ଟ୍ରଦୂତ ଓନୋ’ଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ‘X’ ହ୍ୟାଣ୍ଡେଲ’ରେ ଲେଖିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ସ୍ୱାଦକୁ ଏତେ ଭଲ ପାଇଥିବାରୁ ଅନେକ ଧନ୍ୟବାଦ ଆମ୍ୱାସାଡର ‘ଓନୋ ସାନ୍’ (ମିଷ୍ଟର ଓନୋ) । ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଡାଲମା କେବଳ ଆମ ଖାଦ୍ୟ ପରମ୍ପରାର ଅଂଶ ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ । ଏହି ମତପ୍ରକାଶ କରିବା ସହିତ ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ସାଂସ୍କୃତିକ ସମନ୍ୱୟ ଆଗାମୀ ଦିନରେ ଆମର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ
ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…


