ଓଡ଼ିଶା ଜୀବିକା ମିଶନ ଓ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ବିନିମୟ

ଭୁବନେଶ୍ୱର: ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟ-ଅପ୍ ଭିଲେଜ୍ ଏଣ୍ଟରପ୍ରେନ୍ୟୁରଶିପ୍ ପ୍ରୋଗ୍ରାମ ମାଧ୍ୟମରେ ଓଡ଼ିଶାର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏକ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଟି ଭୁବନେଶ୍ୱର ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହି ସହଯୋଗ ମାଧ୍ୟମରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନେ ବ୍ୟବସାୟ ଯୋଜନା ପ୍ରସ୍ତୁତି, ଉତ୍ପାଦ ବିକାଶ, ଉନ୍ନତ ଗୁଣବତ୍ତା , ବଜାର ସଂଯୋଗ, ଆର୍ଥିକ ସୁବିଧା ଓ ପେଶାଦାର ନେଟୱର୍କିଂ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା ପାଇବେ।

ଦିନଦୟାଲ ଅନ୍ତୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶନାମା ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ଅତି କମରେ ୧୫୦ଟି ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ଏହି ଇନ୍କ୍ୟୁବେସନ୍ ପ୍ରକ୍ରିୟା ମାଧ୍ୟମରେ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ୧୦.୭୦ କୋଟି ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ IIT ଭୁବନେଶ୍ୱରଙ୍କୁ ୯୯ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଛି।

ଏହି ଇନକ୍ୟୁବେସନ୍‌ ପ୍ରକ୍ରିୟା ରାଜ୍ୟରେ ଏକ ଉଦ୍ୟୋଗୀ ବାତାବରଣ ସୃଷ୍ଟି କରିବ, ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କ୍ଷୁଦ୍ର ଓ ମାଧ୍ୟମ ଧରଣର ଉଦ୍ୟୋଗରେ ପରିଣତ କରିବା ପାଇଁ ପଥ ପ୍ରଶସ୍ତ କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ ଚିହ୍ନଟ ହୋଇଥିବା ଏସଏଚଜି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟମ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଅନୁପାଳନ ଓ ପ୍ରମାଣପତ୍ର ହାସଲ କରିବାରେ ସହଯୋଗ କରାଯିବ। ରାଜ୍ୟର କେତେକ ସ୍ୱତନ୍ତ୍ର ଉତ୍ପାଦର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ IIT, ଭୁବନେଶ୍ୱର ପ୍ୟାଟେଣ୍ଟ ଏବଂ ପ୍ରକ୍ରିୟା ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିବ।

ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ, ବରଂ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ। IIT ଭୁବନେଶ୍ୱର ପରି ଏକ ପ୍ରତିଷ୍ଠିତ ସଂସ୍ଥା ସହିତ ଏହି ବୁଝାମଣା ଆମର SHG ମହିଳାମାନଙ୍କ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିଛି । ବୈଷୟିକ ପରାମର୍ଶ ଏବଂ ଉନ୍ନତ ପ୍ରଶିକ୍ଷଣ ମାଧ୍ୟମରେ ସେମାନେ ନିଜର ପ୍ରସ୍ତୁତ ସାମଗ୍ରୀକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିବେ। ଏହା ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ ହେବ ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ।

ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହାଲକ୍ଷପତି ଦିଦିମାନଙ୍କ ସହ ସେମାନଙ୍କର ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପଦକ୍ଷେପ ମହିଳା ଉଦ୍ୟୋଗୀମାନଙ୍କୁ ନୂତନ ସୁଯୋଗ ସହ ଯୋଡ଼ିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।

ଏହି ଅବସରରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ମିଶନ ଶକ୍ତିର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ, ଆଇ.ଆଇ.ଟି ଭୁବନେଶ୍ୱରର କର୍ମକର୍ତ୍ତା ଓ ଲକ୍ଷପତି ଦିଦି ଓ ମହାଲକ୍ଷପତି ଦିଦି ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ବିଭଗର ଅଧିକାରୀ ଓ ମା ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ