ଓଡ଼ିଶା ବିଚାରପତିଙ୍କ ନକାରାତ୍ମକ ସର୍ତ୍ତକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କଟକ: ରାୟଗଡ଼ା ଜିଲା କାଶୀପୁର ଥାନା ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୯ତାରିଖରେ ଦେଇଥିବା ଆଦେଶକୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତିର ଅଭିଯୁକ୍ତଙ୍କୁ ଜାମିନ ପାଇଁ ଥାନା ସଫା କରିବା ଭଳି ସର୍ତ୍ତ ରଖାଯିବା ଘଟଣାରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ପ୍ରଧାନବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ନିଜ ଆଡ଼ୁ(ସୋ ମୋଟୋ) ଗ୍ରହଣ କରି ଏଭଳି ସର୍ତ୍ତକୁ ଅବୈଧ ବା ନଲ୍‌ ଆଣ୍ଡ ଭଏଡ୍‌ ଘୋଷଣା କରିଛନ୍ତି। ଏଥିସହିତ ଏଭଳି କ୍ରୁର ପ୍ରଥାକୁ ବନ୍ଦ କରିବାକୁ ଅଦାଲତଗୁଡ଼ିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏଭଳି ସର୍ତ୍ତ ଏକ ପୂର୍ବ ନିର୍ଦ୍ଧାରିତ ମାନସିକତା ଏବଂ ପକ୍ଷପାତକୁ ଦର୍ଶାଉଛି। ଏହା ଓଡ଼ିଶା ନ୍ୟାୟପାଳିକା ଉପରେ ଜାତିଗତ ଭେଦଭାବର ଏକ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ଅତ୍ୟନ୍ତ ଘୃଣ୍ୟ, କ୍ରୂର, ଅପମାନଜନକ ଏବଂ ଆଇନ ବିରୋଧୀ। ଆମ ଦେଶର ନିୟମ ଅନୁସାରେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ଅଟନ୍ତି। କିଛି ନ୍ୟାୟିକ ଅଧିକାରୀ କେବଳ ଅଭିଯୋଗ ଆଧାରରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଦୋଷୀ ବୋଲି ଧରିନେଇ ଏଭଳି ଅମାନୁଷିକ ସର୍ତ୍ତ ରଖିବା ଅତ୍ୟନ୍ତ ନିରାଶାଜନକ। ଖଣ୍ଡପୀଠ ଆହୁରି କହିଛନ୍ତି, ୨୦୨୬ ମସିହାରେ ନ୍ୟାୟପାଳିକା ଯଦି ଏଭଳି ବ୍ୟବହାର କରିବ, ତେବେ ଗତ ୭୫ ବର୍ଷର ସ୍ବାଧୀନତା ଏବଂ ମୁକ୍ତିର କୌଣସି ଅର୍ଥ ରହିବ ନାହିଁ।
ସୂଚନାଯୋଗ୍ୟ, ରାୟଗଡ଼ା ସିଜିମାଳିରେ ଖଣି ଖନନକୁ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି। ହେଲେ ସମ୍ପୃକ୍ତ କମ୍ପାନୀ ପୋଲିସ ଏବଂ ପ୍ରଶାସନକୁ ହାତେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଜୁଲୁମ୍‌ କରୁଛି। ୨୦୨୪ ସେପ୍ଟେମ୍ବର ୧୯ରେ କାର୍ତ୍ତିକ ନାଏକଙ୍କ ଗିରଫଦାରିକୁ ବିରୋଧ କରି କୁମ୍ବେଶ୍ୱର ନାଏକଙ୍କ ନେତୃତ୍ୱ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ ଲୋକ କାଶୀପୁର ଥାନା ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସ୍ଥାନୀୟ ତହସିଲ୍‌ଦାର ଲୋକମାନଙ୍କୁ ବୁଝାଶୁଝା କରିବା ପରିବର୍ତ୍ତେ ଗିରଫ ଭୟ ଦେଖାଇଥିଲେ। ଏହାପରେ ଲୋକମାନେ ଥାନା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ କୁମ୍ବେଶ୍ୱରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ସେ ଏହି ଗିରଫଦାରିଗୁ ବିରୋଧ କରି କୋର୍ଟରେ ଜାମିନ ଆବେଦନ କରିଥିଲେ। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ସଞ୍ଜୀବ ପାଣିଗ୍ରାହୀଙ୍କ ଅଦାଲତ ଉକ୍ତ ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀଙ୍କୁ ୨ମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଶୀପୁର ଥାନା ସଫେଇ କରିବାକୁ ସର୍ତ୍ତ ରଖିଥିଲେ। ଏପରି କି ଆବେଦନକାରୀ କୁମ୍ବେଶ୍ୱରଙ୍କୁ ଥାନା ସଫେଇ ପାଇଁ ସମସ୍ତ ଉପକରଣ ଯୋଗାଇ ଦେବାକୁ କାଶୀପୁର ଥାନା ଅଧିକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

  • Related Posts

    ଆଇଆଇଟି ମାଡ୍ରାସ ‘ଟେକ୍ନୋଲୋଜି ସମିଟ୍ -୨୦୨୬’: ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ – ଧର୍ମେନ୍ଦ୍ର ପ୍ରଧାନ

    • କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ର. ଭି. କାମାକୋଟି ଉପସ୍ଥିତ • ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କ ସହ ଆଲୋଚନା କଲେ • ଭାରତକୁ ଡିପ୍-ଟେକ୍…

    Continue reading
    କପା ଉତ୍ପାଦନ ମିଶନକୁ କ୍ୟାବିନେଟ ଅନୁମୋଦନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କପା ଉତ୍ପାଦନ ମିଶନ ଘୋଣା କରିଛନ୍ତି । ୫୬୫୯.୨୨ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ମିଶନ ୨୦୨୬-୨୭ ରୁ ୨୦୩୦-୩୧ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହା ଭାରତର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ