ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି

ଭୁବନେଶ୍ୱର: ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ । ଶନିବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ନିକଟରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ-୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଏହା ସରକାରୀ ଭାବେ ଲାଗୁ କରାଯାଇଛି । ଗତ ୨ ତାରିଖରେ ବିଧାନସଭାରେ ରାତିତମାମ ଆଲୋଚନା ହେବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ବିଧାନସଭାରେ ପାରିତ ହୋଇଥିଲା । ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ରାଜ୍ୟପାଳ ଡ. କମ୍ଭମପତିଙ୍କୁ ଧନ୍ୟବାଦ ଜଣାଇବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ୟ୍ୟୋଦୟ ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ବିଧେୟକ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିନିୟମ ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସୁନିଶ୍ଚିତ ହେବା ସହିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ସରଳୀକରଣ ଓ ତ୍ୱରାନ୍ୱିତ କରାଯାଇ ପାରିବ । ବିଶ୍ୱବିଦ୍ୟାଳୟରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତୀକରଣ କରାଯିବ । ପ୍ରତି ବର୍ଷ ଦୁଇଥର ସିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଅତିକମ୍‌ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍‌ ଓ ଛାତ୍ରସମାଜ ପ୍ରତିନିଧି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।

ସେହିପରି ଅଧ୍ୟାପକ ଓ କୁଳପତି ଚୟନରେ ସରକାରୀ ହସ୍ତକ୍ଷେପ ହ୍ରାସ ପାଇବ । ଗୁଣାତ୍ମକ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ “ଦୂରଶିକ୍ଷା’ ବ୍ୟବସ୍ଥାକୁ ପ୍ରଣୟନ କରାଯିବ ।ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କମିଟି ଗଠନ ହେବ । ଭିତ୍ତିଭୂମି ପ୍ରକଳ୍ପ ବିକାଶର ସମୀକ୍ଷା ଓ ଯାଞ୍ଚ ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ଅର୍ଥରାଶି ଭାରତ ମହାଲେଖା ନିୟନ୍ତ୍ରକଙ୍କ ଦ୍ୱାରା ଅଡିଟ୍‌ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯିବ । ଶିକ୍ଷାନୁଷ୍ଠାନମାନଙ୍କରେ ବିଶ୍ୱସ୍ତରୀୟ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷକୁ ପ୍ରୋତ୍ସାହନ ଦେବା ସହିତ ଜ୍ଞାନଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ