ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି: ପିଲାଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠପଢ଼ା ପରେ କେଉଁ କ୍ଷେତ୍ରରେ କ୍ୟାରିୟର କରିବେ ସେନେଇ ଦିଆଯିବ ମାର୍ଗଦର୍ଶନ । ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍‌ସ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର । ୟୁପିଏସ୍‌ସି, ଓପିଏସ୍‌ସି, ହୋଟେଲ ମ୍ୟାନେଜ୍‌ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ଯାଏ ଚାଲିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।ଓସେପା ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, ମୋଟ ୨୧ଟି ୱେବିନାର ହେବ । ଏଥିରୁ ୨୦୨୭ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ୧୩ଟି ୱେବିନାର ହେବ । ବାକି ୧୪ରୁ ୨୧ଟି ବିଷୟରେ ୱେବିନାର ମଧ୍ୟ କରାଯିବ । ଶନିବାର ଏହାର ଶୁଭାରମ୍ଭ ହେବ । ପ୍ରଥମ ଦିନରେ ‘ସେଲ୍ଫ ଡିସ୍କୋଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ୱେବିନାର କରାଯିବ । ତେଣୁ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ମାନେ ନିଜ ସ୍କୁଲରେ ଏହାର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ସ୍ମାର୍ଟ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀମାନେ ବସି ଏହାକୁ ଶୁଣିବେ ଏବଂ ନିଜର କ୍ୟାରିୟର ପାଇଁ ନିଜର ମାର୍ଗ ବାଝିବେ । ଯେପରି ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ କରିବେ ତାକୁ ସୁନିଶ୍ଚିତ କରାଯିବ । ଏହା ଲାଇଭ୍ ସେସନ୍ କରାଯିବ । ଆଇସିଟି ଲ୍ୟାବ୍, କମ୍ପ୍ୟୁଟର ଅଫ ଲାଇବ୍ରେରୀ, ଅନ୍ୟ ଡିଜିଟାଲ ଡିଭାଇସ୍ରେ ଏହାକୁ ସଂରକ୍ଷିତ ମଧ୍ୟ ରଖାଯିବ । ପରବର୍ତ୍ତୀ ସମୟରେ ପ୍ରଦାନ କରାଯାଇଥିବା ୟୁଟ୍ୟୁବ୍ ଲିଙ୍କ୍ ଓ ଗୁଗୁଲ୍ ଟ୍ରାକର ହ୍ୱାଟସ୍ଆପ୍ ଗ୍ରୁପରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବିଭାଗ ସଂଗ୍ରହ କରିବ । ପ୍ରତି ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ ପିଲାଙ୍କ ପ୍ରତିନିଧିଭାବେ ରହିବେ । ସେମାନେ ପିଲାଙ୍କ ତରଫରୁ କୌଣସି ସମସ୍ୟା କିମ୍ବା କିଛି ଜାଣିବାକୁ ଥିଲେ ସେମାନେ ଜଣାଇ ପାରିବେ ।
ସୂଚନାଯୋଗ୍ୟ, ଶନିବାର ହେବାକୁ ଥିବା ୱେବିନାରରେ ଛାତ୍ରଛାତ୍ରୀଙ୍କ କେଉଁ କ୍ଷେତ୍ର ପାଇଁ ଇଚ୍ଛା ଅଛି, ଭବିଷ୍ୟତ କ୍ୟାରିୟର ପାଇଁ କେଉଁ କ୍ଷେତ୍ରରେ ଭଲ ସ୍କୋପ୍ ରହିଛି, ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ଆଦି ଷ୍ଟ୍ରିମ୍ ସଂପର୍କରେ ସେମାନଙ୍କୁ ଅବଗତ କରାଯିବ । କେଉଁ କ୍ଷେତ୍ରରେ ନାମଲେଖା ତଥା ପାଠପଢ଼ିଲେ ଭଲ ଭବିଷ୍ୟତ ଗଠନ ହୋଇପାରିବ ସେନେଇ ମଧ୍ୟ ଦିଗ୍ଦର୍ଶନ ଦିଆଯିବ । ଅଗଷ୍ଟ ୧ ତାରିଖରେ ହେବାକୁ ଥିବା ‘ପୁଲିସ ଓ ଲ’ ଏନ୍ଫୋର୍ସମେଣ୍ଟ’ ବିଷୟରେ ୱେବିନାର କରାଯିବ । ଏଥିରେ ପୁଲିସ ସର୍ଭିସ, କ୍ରାଇମ୍ ତଦନ୍ତ, ଫୋରେନ୍ସିକ୍, ଟ୍ରାଫିକ୍ ଓ ପବ୍ଲିକ୍ ସେଫ୍ଟି, ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ପରିସ୍ଥିତି, ସ୍ୱତନ୍ତ୍ର ସୁରକ୍ଷା ବାହିନୀ ବିଷୟରେ ଜ୍ଞାନ ଦିଆଯିବ ।

ସେହିପରି ୨୯ ଅଗଷ୍ଟରେ ସାମ୍ବାଦିକତା ଓ ଗଣଯୋଗାଯୋଗରେ କ୍ୟାରିୟର, ସେପ୍ଟେମ୍ବର ୧୧ରେ ହସ୍ପିଟାଲିଟି ଆଣ୍ଡ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟ, ସେପ୍ଟେମ୍ବର ୧୯ରେ ସୋଲାର ଓ ଅକ୍ଷୟ ଶକ୍ତି, ଅକ୍ଟୋବର ୩ରେ କୃଷି ଓ ଉଦ୍ୟାନ କୃଷି, ଅକ୍ଟୋବର ୩୧ରେ ବ୍ୟାଙ୍କିଙ୍ଗ୍(ଗ୍ରାମାଞ୍ଚଳ) ଓ ଫାଇନାନ୍ସ, ନଭେମ୍ବର ୭ରେ ସ୍ୱାସ୍ଥ୍ୟ ବିଜ୍ଞାନ, ନଭେମ୍ବର ୨୧ରେ ଧନ୍ଦାମୂଳକ(ଇଲେକ୍ଟ୍ରିସିଆନ୍, ପାଣି ପାଇପ୍, ଅଟୋମୋବାଇଲ୍ ଟେକ୍ନିସିଆନ୍, ଇଭି, ଆଇଟିଆଇ) କ୍ଷେତ୍ରରେ ଦିଗଦର୍ଶନ ଦିଆଯିବ । ସେହିପରି ଡିସେମ୍ବର ୫ରେ ସେଫ୍ ଡିଜିଟାଲ୍ ପ୍ରାକ୍ଟିସ୍ ଇନ୍ ସାଇବରୱାଲ୍ଡ, ଡିସେମ୍ବର ୧୯ରେ ପ୍ରଶାସନିକ ସେବା(ୟୁପିଏସ୍ସି, ଓପିଏସ୍ସି), ୨୦୨୭ ଜାନୁଆରୀ ୧୬ରେ ଦଶମ ଓ ଦ୍ୱାଦଶ ପରେ କେଉଁ କ୍ଷେତ୍ରରେ ପାଠପଢ଼ିବେ, କଣ ବିଷୟ ଚୟନ କରିବେ ସେନେଇ ମାର୍ଗଦର୍ଶନ ଦିଆଯିବ । ଜାନୁଆରୀ ୩୦ରେ ରାଜ୍ୟ ସରକାରୀ କ୍ଷେତ୍ରରେ ଥିବା ପ୍ରଶାସନିକ ସେବା, ପୁଲିସ, ଶିକ୍ଷା, ସ୍ୱାସ୍ଥ୍ୟ, ପବ୍ଲିକ୍ ୱାର୍କ ଆଦି ଉପରେ ମାର୍ଗଦର୍ଶନ ଦିଆଯିବ । ଏହାକୁ ବାଦ୍ ଦେଇ ଅନ୍ୟ କ୍ଷେତ୍ରରେ ମଧ୍ୟ କ୍ୟାରିୟର ପାଇଁ ମାର୍ଗଦର୍ଶନ ଦିଆଯିବ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ