କଣ୍ଠଶିଳ୍ପୀ ଏସ.ଜାନକୀଙ୍କ ପରଲୋକ

ଭୁବନେଶ୍ବର: ‘ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା,’ ‘ମୁଁ ଯେ, ଜାଣେନା କାହା ବାଟ ରହିଛି ଚାହିଁ’, ଭଳି ଚୀର ସବୁଜ ଓଡ଼ିଆ ଗୀତ ଭେଟି ଦେଇଥିବା ଅନେକ ଶ୍ରୋତାଙ୍କ ସେଇ ସୁମଧୁର ସ୍ବର ଆଜି ଶୋଇଯାଇଛି। ୮୮ ବର୍ଷ ବୟସରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ଜାନକୀ ଓରଫ ଜାନକୀ ଆମ୍ମାଙ୍କର ପରଲୋକ ଘଟିଛି। କର୍ଣ୍ଣାଟକର ମୈସୂରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମହାପ୍ରୟାଣ ଘଟିଛି। ସେ ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଓଡ଼ିଆ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ସମେତ ଅନେକ ଭାଷାରେ ହଜାର ହଜାର ସୁପରହିଟ୍ ଗୀତକୁ ତାଙ୍କ କଣ୍ଠରେ ବସାଇ ସେ ଅଗଣିତ ସ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ବିଶେଷ କରି ଓଲିଉଡ୍‌ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ।

​​​​​ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟ, ଏସ. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି। ବହୁ ସୁପରହିଟ୍‌ ସିନେମାରେ ତାଙ୍କ କଣ୍ଠସ୍ବରକୁ ନିଶ୍ଚୟ ଝୁରିବ ସାରା ଓଡ଼ିଶା। ସେ ୧୯୭୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବଳିଦାନ’ ସିନେମାର ‘ନେଇ ଯାରେ ମେଘ ମୋତେ’ ଗୀତ ହେଉ ବା ପଳାତକ ଚଳଚିତ୍ରର ‘ମୋ ମନ ଉପବନ’ ହେଉ, ଏହି ସବୁ ଚୀର ସବୁଜ ଗୀତର ଗାୟିକା ଆଜି ଆମ ଗହଣରେ ନାହାନ୍ତି।

ସ୍ବପ୍ନର କୁହୁଡ଼ିରେ, କାନ୍ତଭରା ଦିବା ରଜନୀ, ପାଦରେ ପାଦ ଛନ୍ଦା, ଯା ଯାରେ ନାଗର, ଗୌରୀ ସିନେମାର ‘ଗୋରା ଗୋରା ଗାଲେ ତୋର କଳା କଳା ଜାଇ’ ଭଳି ଅନେକ ଲୋକପ୍ରିୟ ଗୀତର ଗାୟିକା ‌ଥିଲେ ଜାନକୀ ଆମ୍ମା। ଅଲିଭା ଦାଗ ଭଳି ଆଲବମରେ ‘ଛୁଅଁନା ମୋତେ’ ଭଳି ଗୀତ କେବେବି ମନରୁ ଲିଭିବନି। ଓଡ଼ିଆ ସିନେ ଜଗତର ଅକ୍ଷୟ ମହାନ୍ତି, ପ୍ରଫୁଲ କରଙ୍କ ଭଳି ପ୍ରାୟ ସବୁ କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତକୁ ନିଜର ଯାଦୁକରୀ କଣ୍ଠରୁ ବେଶ ସୁମଧୁର ଭାବେ ପରଶି ଦେଉଥିଲେ ଜାନକୀ ଆମ୍ମା….ଦକ୍ଷିଣ ଭାରତର ଏହି କୋକିଳ କଣ୍ଠୀ ଗାୟିକା ।  ଆଜି ତାଙ୍କୁ ହରାଇ ସମ୍ପୁର୍ଣ୍ଣ ଭାରତୀୟ ସଂଗୀତ ଜଗତ ସ୍ତବ୍ଧ ପାଲଟିଛି।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ