କନିଷ୍ଠ ପୁରୁଷ ହକି ବିଶ୍ବକପ : ବିଜୟରୁ ଭାରତର ଅଭିଯାନ ଆରମ୍ଭ

ତାମିଲନାଡୁ: ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ ପଞ୍ଚମ ସଂସ୍କରଣ-୨୦୨୫ ତାମିଲନାଡୁରେ ଆରମ୍ଭ ହୋଇଛି। ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ୮ ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଆୟୋଜକ ଭାରତ ସହ ସ୍ବିଜରଲାଣ୍ଡ, ଜର୍ମାନୀ, ଆର୍ୟଲାଣ୍ଡ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ବେଲଜିୟମ ଓ ସ୍ପେନ ବିଜୟ ହାସଲ କରିଛନ୍ତି।

ଚେନ୍ନଇର ମେୟର ରାଧାକ୍ରିଷ୍ଣ ଷ୍ଟାଡ଼ିୟମରେ ଖେଳାଯାଇଥିବା ଗ୍ରୁପ-ବି ମ୍ୟାଚରେ ଭାରତ ୭-୦ ଗୋଲରେ ଚିଲିକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ୧୬ ମିନିଟ୍‌ରେ ରୋଶନ କୁଜୁର ପ୍ରଥମ ଓ ୨୧ ମିନିଟ୍‌ରେ ଦ୍ବିତୀୟ ଗୋଲ ଦେଇଥିଲେ। ୨୫ ମିନିଟ୍‌ରେ ଭାରତ ପକ୍ଷରୁ ଦିଲରାଜ ସିଂହ ତୃତୀୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୪ ମିନିଟ୍‌ରେ ଭାରତ ପକ୍ଷରୁ ଦିଲରାଜ ସିଂହ ଚତୁର୍ଥ, ୩୫ ମିନିଟ୍‌ରେ ଅଜିତ ଯାଦବ ପଞ୍ଚମ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା। ୪୮ ମିନିଟ୍‌ରେ ଭାରତ ପକ୍ଷରୁ ଅନମୋଲ ଏକ୍କା ଷଷ୍ଠ ଓ ୬୦ ମିନିଟ୍‌ରେ ରୋହିତ ସପ୍ତମ ଗୋଲ ଦେଇ ଦଳକୁ ୭-୦​‌େ​‌ର ବିଜୟ କରାଇଥିଲେ ।
ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଭାରତ ଦ୍ବିତୀୟ ମ୍ୟାଚ ୨୯ରେ ଓମାନ ସହ ଖେଳିବ। ଗ୍ରୁପ-ବି ର ଦ୍ବିତୀୟ ମ୍ୟାଚରେ ସ୍ବିଜରଲାଣ୍ଡ ୪-୦ ଗୋଲରେ ଓମାନକୁ ପରାସ୍ତ କରିଛି। ସ୍ବିଜରଲାଣ୍ଡ ପକ୍ଷରୁ ବାମ୍ବୋଚ ୧୫, ରିବାଉଡୁ ୨୩, କ୍ରାକନର ୩୩ ଓ ବ୍ରୁନଲୋଡ ୫୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମଦୁରାଇରେ ଗ୍ରୁପ-ଏ ର ପ୍ରଥମ ମ୍ୟାଚରେ ଜର୍ମାନୀ ୪-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଜର୍ମାନୀ ପକ୍ଷରୁ ଜୋଷ୍ଟୁସ ୱାରାଗେ ୧୯ ଓ ୫୬ ମିନିଟ୍‌ରେ ୨ଟି, ବେନ୍‌ ହାସବୁଚ ୪୩ ଓ ଗ୍ଲାଣ୍ଡର ପଲ ୪୪ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଦ୍ବିତୀୟ ମ୍ୟାଚରେ ଆର୍ୟଲାଣ୍ଡ ୪-୩ ଗୋଲରେ କାନାଡାକୁ ପରାସ୍ତ କରିଛି।
ଆର୍ୟଲାଣ୍ଡ ପକ୍ଷରୁ ରୋଏ ୧୩ ଓ ୩୩ ମିନିଟ୍‌ରେ ୨ଟି, ୱିଲିୟମ୍‌ସ ୩୫ ଓ ଥମ୍‌ସନ ୪୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। କାନାଡା ପକ୍ଷରୁ ଡି ସୁଜା ୪୮ ଓ ୫୩ ମିନିଟ୍‌ରେ ୨ଟି ଓ ବୁଲାର ୨୬ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ତାମିଲନାଡୁର ଚେନ୍ନଇ ଓ ମଦୁରାଇରେ ଖେଳାଯାଉଛି। ଏଥିରେ ୨୪ଟି ଦଳ ଅଂଶଗ୍ରହଣ କରିଛନ୍ତି। ଡିସେମ୍ବର ୧୦ରେ ଫାଇନାଲ ଖେଳାଯିବ। ଗ୍ରୁପ୍‌-ସି ମ୍ୟାଚରେ ଆର୍ଜେଣ୍ଟିନା ୪-୧ ଗୋଲରେ ଜାପାନକୁ ଓ ନ୍ୟୁଜିଲାଣ୍ଡ ୫-୩ ଗୋଲରେ ଚୀନକୁ ପରାସ୍ତ କରିଛି। ଗ୍ରୁପ-ଡି ମ୍ୟାଚରେ ସ୍ପେନ ୮-୦ ଗୋଲରେ ଇଜିପ୍ଟିକୁ ଓ ବେଲଜିୟମ ୧୨-୧ ଗୋଲରେ ନାମ୍ବିଆକୁ ପରାସ୍ତ କରିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ