ନୂଆଦିଲ୍ଲୀ,୩୦/୦୪:ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ଦିବଙ୍ଗତ ସ୍ୱାମୀ ବ୍ୟବସାୟୀ ସଞ୍ଜୟ କପୁରଙ୍କ ସମ୍ପତ୍ତି ମାମଲାର ଶୁଣାଣି ଅନ୍ତ ନ ହେବା ଯାଏ ସଞ୍ଚୟଙ୍କ ସମ୍ପତ୍ତି ‘ଯଥାସ୍ଥିତି’ ବଜାୟ ରଖିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରିସ୍ମା କପୁରଙ୍କ ଦୁଇ ପିଲା ପକ୍ଷରୁ ବାପାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ଆବେଦନ କରାଯାଇଥିଲା । ସମ୍ପତ୍ତି ହେରଫେର ହେବା ଆଶଙ୍କାରେ ସୁରକ୍ଷା ପାଇଁ ଏହି ଆବେଦନ କରାଯାଇଛି । ଫଳରେ କରିସ୍ମା କପୁରଙ୍କ ପିଲାଙ୍କ ପାଇଁ ଏହା ଆଶ୍ୱସ୍ତି ଖବର ଆଣିଥିବାବେଳେ ସଞ୍ଜୟଙ୍କ ଦ୍ୱିତୀୟ ପତ୍ନୀ ପ୍ରିୟା କପୁରଙ୍କ ଏକ ଶକ୍ତ ଝଟକା ଲାଗିଛି ।
ସଞ୍ଚୟ କପୁରଙ୍କ ସମ୍ପତ୍ତିକୁ ନେଇ ତାଙ୍କର ପ୍ରଥମ ପତ୍ନୀ କରିସ୍ମା କପୁରଙ୍କ ଦୁଇ ପିଲାଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଯାହାର ଆଜି ଶୁଣାଣି କରି କରିସ୍ମାଙ୍କ ପିଲାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହୋଇଛି । ହାଇକୋର୍ଟ ସଞ୍ଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ସମସ୍ତ ସମ୍ପତ୍ତିର ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଙ୍କ ସମ୍ପତ୍ତିରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ । ଅର୍ଥାତ ପ୍ରିୟା ଏଥିରେ ନିଜର ମନମାନି କରିପାରିବେ ନାହିଁ । ସେହିପରି ବିଦେଶରେ ଥିବା ଆକାଉଣ୍ଟ ଏବଂ କ୍ରିପ୍ଟୋକରେନ୍ସିରେ ମଧ୍ୟ ସମାନ ଆଦେଶ ଲାଗୁ ହେବ । ମାମଲାର ଶୁଣାଣି ଶେଷ ନ ହେବା ଯାଏ କୋର୍ଟଙ୍କ ଏହି ଆଦେଶ ବଳବତ୍ତର ରହବି । ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଦସ୍ତାବିଜ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଆଇନଗତ ପ୍ରକ୍ରିୟାରେ ଅଧିକ ସମୟ ଲାଗିପାରେ ତେଣୁ ବ୍ୟାଙ୍କର ଯଥାସ୍ଥିତି ବଜାୟ ରହିବା ଅତ୍ୟନ୍ତ ଆବଶ୍ୟକ । କରିସ୍ମାଙ୍କ ପିଲାଙ୍କ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗର ଉତ୍ତରଦାୟୀ ରହିବେ ପ୍ରିୟା । ସେ ସମସ୍ତ ପ୍ରଶ୍ନର ଦେବାକୁ ବାଧ୍ୟ ।
ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ
ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…








