କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା:ନିଜ ଆଡ଼ୁ ମାମଲା ଦାୟର କଲେ ଏନ୍‌ସିଡବ୍ଲୁ

ରାୟଗଡ଼: ପିଲା ଚୋର ସନ୍ଦେହରେ ରାୟଗଡ଼ା କଲ୍ୟାଣସିଂହପୁର ବର୍ବର କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲୁ) । ନିଜ ଆଡ଼ୁ ମାମଲା ଦାୟର କରି ପୁଲିସ ମହାନିର୍ଦ୍ଦେଶକଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ତଲବ କରାଯାଇଛି ।ମାମଲାରେ ଏଫ୍ଆଇଆର୍ କପି, ତଦନ୍ତର ସ୍ଥିତି, ଅଭିଯୁକ୍ତ ଓ ଗୁଜବକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସବିଶେଷ ତଥ୍ୟ ଦେବାକୁ ଡିଜିପି ଆଦେଶିତ ହୋଇଛନ୍ତି । ଏହାସହ ଅଣଓଡି଼ଆ ଯୁବତୀଙ୍କୁ ଦିଆଯାଇଥିବା ଚିକିତ୍ସା, କାଉନ୍‌ସେଲିଂ ସହ ବିଭିନ୍ନ ଏନ୍‌ଜିଓରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଓ ଇନ୍‌ଟର୍ଣ୍ଣଙ୍କ ସୁରକ୍ଷା ପ୍ରତି ନିଆଯାଇଥିବା ପଦକ୍ଷେପକୁ ନେଇ ସବିଶେଷ ତଥ୍ୟ ମାଗିଛନ୍ତି ଏନ୍‌ସିଡବ୍ଲୁ ।ଏହି ଘୃଣ୍ୟ ମାମଲାଟି ଏବେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍‌ସି)ଙ୍କ ନିକଟରେ ପହଞ୍ଚିଛି । ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ଓ ସୁବ୍ରତ ଦାସ ଏନ୍ଏଚ୍ଆର୍‌ସିରେ ୨ଟି ପୃଥକ୍ ଅଭିଯୋଗ କରିଛନ୍ତି । ଗୁଜବ ରୋକିବାରେ ଏବଂ ୨ ପୀଡି଼ତଙ୍କୁ ସୁରକ୍ଷା ଦେବାରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପିଟିସନରେ ଦର୍ଶାଯାଇଛି । ଏହି ପିଟିସନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ, ରାୟଗଡ଼ା ଏସପି, ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା, କ୍ଷତିପୂରଣ ଏବଂ ମାନସିକ ପରାମର୍ଶ ଯୋଗାଇ ଦେବାକୁ ଆୟୋଗଙ୍କଠାରେ ଆବେଦନ କରାଯାଇଛି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଏହି ଲୋମହର୍ଷଣକାରୀ ଘଟଣାକୁ ଅତି ନିନ୍ଦା କରିଛନ୍ତି । କହିଛନ୍ତି, ଦିଲ୍ଲୀ ଫେରିଥିବା ପୀଡି଼ତାଙ୍କ ସହ ଭିଡିଓ ରେକର୍ଡିଂରେ ବୟାନ ରେକର୍ଡ କରାଯାଇଛି । ୬୦ ଦିନ ଭିତରେ ଫାଷ୍ଟଟ୍ରାକ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଗୁରୁତ୍ୱ ଦିଆଯାଉଛି । କାହିଁକି କେଉଁ ପରିସ୍ଥିତିରେ ଏତେ ବଡ଼ ଘୃଣ୍ୟ କାଣ୍ଡ ଘଟିଗଲା, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜିଲ୍ଲା ଏସ୍‌ପିଙ୍କ ସହ ଆଲୋଚନା କରିଛି ।
ଏଡିଜି (ସିଏଡବ୍ଲୁ ଆଣ୍ଡ ସିଡବ୍ଲୁ) ଏସ୍. ସାଇନିଙ୍କ କହିବା ମୁତାବକ, ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛୁ । ସର୍ବୋଚ୍ଚ ପ୍ରାଥମିକତା ମାମଲା ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଅଧୀନରେ ଶୁଣାଣି କରାଯିବ । ମାମଲା ତଦନ୍ତକୁ ନିରନ୍ତର ଅନ୍ତରାଳରେ ମନିଟରିଂ କରାଯିବ। ଘଟଣାଦିନ ପୀଡିତା ଯାହାକୁ ବାଟ ପଚାରିଥିଲେ, ସେହି ବ୍ୟକ୍ତି ହିଁ ‘ପିଲା ଚୋର’ ଗୁଜବ ରଚିଥିଲା । ଏହି କଦର୍ଯ୍ୟ କାଣ୍ଡର କାର୍ପଟଦାରକୁ କଲ୍ୟାଣସିଂପୁର ଥାନା ପୁଲିସ ଗିରଫ କରିସାରିଛି । ପୁଲିସ ପାଖରେ ୧୦ରୁ ଅଧିକ ଭିଡିଓ ରହିଛି । ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି । ଆଗକୁ ଟିଆଇ ପରେଡ୍ ହୋଇପାରେ ।

  • Related Posts

    ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।…

    Continue reading
    ଇଞ୍ଜିନିୟରମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ

    ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ