କାନ୍ଥ ଭୁଶୁଡ଼ି 2 ମୃତ, ହୋର୍ଡିଂ ନେଲା 2 ଜୀବନ

ଭୁବନେଶ୍ୱର: ରାଜଧାନୀରେ ପାଚେରୀ ଭାଙ୍ଗି ୨ ମୃତ । ବଡଗଡ଼ ଭୋଇ ସାହିରେ ଏହି ଅଘଟଣ ଘଟିଛି । ଡ୍ରେନ କାମ ଚାଲୁଥିବା ବେଳେ ଭୁଶୁଡିଲା ପାଚେରୀ । ୪ ଜଣ ଆହତ ହୋଇଥିବା ବେଳେ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଡଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସେହିପରି ଭୁବନେଶ୍ବର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ବର୍ଷା ପବନ ପରେ ହୋର୍ଡ଼ିଂ ପଡ଼ି 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଭାବେ ଆହତ ହୋଇଛନ୍ତି ।ମୃତକ ହେଲେ ଗଞ୍ଜାମର ସନ୍ନ୍ୟାସୀ ମହାରଣା (୫୦) । ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ସନ୍ନ୍ୟାସୀ ମହାରଣାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଅନ୍ୟଜଣଙ୍କ ପରିଚୟ ମିଳିଲେ ଏବଂ ପରିବାର ଲୋକ ଆସିଲେ ମୃତଦେହ ବ୍ୟବଚ୍ଛେଦ କରାଯିବ ।
୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ପାଇଁ ଏମ୍ସ କିମ୍ବା ଏସସିବିକୁ ସ୍ଥାନାନ୍ତର କରାଯିବ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାସ୍ତା କଡ଼ରେ ଡ୍ରେନ ପାଇଁ ଗାତ ଖୋଳାଯାଇଥିଲା । ଗାତ ଖୋଲିବା ପରେ ମାଟି ଅତଡ଼ା ଖସିଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଇଛି । ଘଟଣା ପରେ ପୋଲିସ ତଦନ୍ତ କରୁଥିବା ବେଳେ ଶ୍ରମିକଙ୍କୁ ନିୟୋଜିତ କରିଥିବା ଠିକାଦାରକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବଡଗଡ ପୋଲିସ କହିଛି ।
“ମୋ ସ୍ୱାମୀ ଡ୍ରେନ ଭିତରେ କାମ କରୁଥିଲେ । ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଲା । 10 ଜଣ ଲୋକ କାମ କରୁଥିଲେ । 2.15ରେ କାମକୁ ସମସ୍ତେ ଆସିଥିଲେ । 6 ଜଣ ଲୋକ ସାଇଟ ଉପରେ କାମ କରୁଥିଲେ । ଅନ୍ୟ ତିନି ଜଣ ଉପରେ ଥିଲେ । ଜଣେ ବାହାରକୁ ଯାଇିଥିଲେ । ଅଣ୍ଟେ ଗାତ ତଳେ କାମ କରୁଥିଲେ । କାନ୍ଥ ମାଡି ବସିଲା । ଶାବଳ ମାରି ମାଟି ଖୋଳୁଥିଲେ । ହେଲେ କାନ୍ଥ ଭୁଶୁଡିଲା ପରେ ଆଉ ବାହାରି ପାରିଲେନି । ମୋ ସାମ୍ନାରେ ସ୍ୱାମୀ ଚାପି ହୋଇଗଲେ,” କହିଛନ୍ତି ଜଣେ ମୃତକଙ୍କ ପତ୍ନୀ ।

ରାଜଧାନୀରେ ହୋର୍ଡିଂ ନେଲା ଜୀବନ । ଭୁବନେଶ୍ବର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ହୋର୍ଡ଼ିଂ ପଡ଼ି 2 ଜଣଙ୍କ ମୃତ୍ୟୁ ୩ ଗୁରୁତର ଆହତ । ଗତକାଲି (ମଙ୍ଗଳବାର) ଅପରାହ୍ନରେ ବର୍ଷା, ପବନ ହେଇଥିବା ବେଳେ ୫୦ ଫୁଟରୁ ଉର୍ଦ୍ଧ୍ୱ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା । ତଳେ ଥିବା ଦୋକାନରେ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ମହିଳା, ବୃଦ୍ଧ ଓ ଜଣେ ଦୋକାନୀ ଆହତ ହେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ସମସ୍ତ ଆହତଙ୍କୁ ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି । ମୃତକ ହେଲେ ଗଞ୍ଜାମ ଆସ୍କାର ଟୁନା ଗୌଡ଼ । ଖଣ୍ଡଗିରି ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ହୋର୍ଡିଂ ପଡ଼ିବାରୁ ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଅଧା ଭଙ୍ଗା ହୋର୍ଡିଂକୁ ହଟାଇବା ପାଇଁ ପ୍ରୟାସ କରିଥିଲେ । ହୋର୍ଡିଂ କେବେ ନିର୍ମାଣ କରାଯାଇଥିଲା, କେମିତି ଭାଙ୍ଗିଲା ସେ ନେଇ ତଦନ୍ତ କରିବ ଖଣ୍ଡଗିରି ଥାନା ପୋଲିସ ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ