କାର୍ଗିଲ ହିରୋ କର୍ଣ୍ଣେଲ ୱାଙ୍ଗଚୁକ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ଅଦମ୍ୟ ସାହସ ଓ ବୀରତ୍ବ ପ୍ରଦର୍ଶନ କରି ମହାବୀର ଚକ୍ର ପୁରସ୍କାର ହାସଲ କରିଥିବା ସ୍ଥଳସେନାର ଅବସରପ୍ରାପ୍ତ କର୍ଣ୍ଣେଲ ସୋନମ ୱାଙ୍ଗଚୁକ୍‌ଙ୍କର ଶୁକ୍ରବାର ପରଲୋକ ଘଟିଛି। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ‘ଲଦାଖର ସୁଯୋଗ୍ୟ ସନ୍ତାନ’ ବୋଲି ଅଭିହିତ କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ୧୯୯୯ ମେ’ ୩୦ରେ କର୍ଣ୍ଣେଲ ୱାଙ୍ଗଚୁକ୍‌ ବାଟାଲିକ୍‌ ସେକ୍ଟରରେ ଲଦାଖ ସ୍କାଉଟ୍‌ସର ଏକ କମ୍ପାନୀ ଯବାନଙ୍କ ନେତୃତ୍ବ ନେଇ ୫୫୦୦ ମିଟର ଉଚ୍ଚତାରେ ଅବସ୍ଥିତ ଭାରତୀୟ ଶିବିରକୁ ପାକ୍‌ ସେନା କବ୍‌ଜାରୁ ମୁକ୍ତ କରିଥିଲେ।କାର୍ଗିଲ ହିରୋ କର୍ଣ୍ଣେଲ ୱାଙ୍ଗଚୁକ୍‌ଙ୍କ ପରଲୋକ।

  • Related Posts

    କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶା କୃଷିରେ ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ…

    Continue reading
    ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ

    ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ