କାଳବୈଶାଖୀ କ୍ଷୟକ୍ଷତି ରିପୋର୍ଟ ମାଗିଲା ରାଜସ୍ୱ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲାଗି ରହିଛି କାଳବୈଶାଖୀ । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେଉଛି । କାଳବୈଶାଖୀର କ୍ଷୟକ୍ଷତି ରିପୋର୍ଟ ମାଗିଛି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ରିପୋର୍ଟର 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏପଟେ ବିଭିନ୍ନ ସଂସ୍ଥା ଦ୍ୱାରା ବାତ୍ୟା ଆକଳନ ହେଉଥିବାରୁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି । ତେବେ ମେ’ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ-ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି । ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଆକଳନ କରିଛି । ୧୧ ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟା ଆକଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ” ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହେଉଛି ଓଡିଶା । ଏଠାରେ ବର୍ଷା, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ହୁଏ । ଅଦିନିଆ ବର୍ଷା ପ୍ରଳୟ ଆଣେ । ପ୍ରତ୍ୟେକ ବର୍ଷ ଏପ୍ରିଲ ଓ ମେ ମାସ ସନ୍ଧ୍ୟା ସମୟରେ କାଳବୈଶାଖୀ ମଧ୍ୟ ହୁଏ । ମେ ମାସରେ ବାତ୍ୟା ସମ୍ଭାବନା ସୃଷ୍ଟି ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସିଥିବା ସାପ୍ତାହିକ ବିବରଣୀରେ ବାତ୍ୟା ବାବଦରେ ସତର୍କତା ନାହିଁ । ବିପର୍ଯ୍ୟୟକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ଆକଳନ ଆସେ । ”
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ବର୍ଷ ତମାମ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ରୁହନ୍ତି । ଗ୍ରୀଷ୍ମପ୍ରବାହର ପ୍ରସ୍ତୁତି ଓ କାର୍ଯ୍ୟକାରିତା ଚାଲିଛି । କାଳବୈଶାଖୀ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ହୋଇଛି । କ୍ଷତିପୂରଣ ରାଶି ପ୍ରଦାନ କରିବୁ । ବାତ୍ୟା ଓ ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ । ସୁରକ୍ଷା ନିର୍ଦ୍ଦେଶକୁ ଅବମାନନାରୁ ଅଘଟଣ ଘଟୁଛି । ସାପ କାମୁଡ଼ାରେ ମଧ୍ୟ ମୃତ୍ୟୁ ହେଉଛି । ଏହାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି । ଡଙ୍ଗା ବୁଡ଼ି ଘଟଣା ଦୁଇ ବର୍ଷରେ ହୋଇନାହିଁ । ପ୍ରଶାସନ ପକ୍ଷରୁ କଡାକଡି ପଦକ୍ଷେପ ନିଆଯାଇଛି । ଜବଲପୁର ଭଳି ଘଟଣା ଓଡିଶାରେ ନଘଟିବା ଲାଗି ସରକାର ସଜାଗ ଅଛନ୍ତି । ଲାଇସେନ୍ସ ସହ ଲାଇଫ ଜାକେଟ୍ କଡାକଡି ଭାବେ ବ୍ୟବହାର ହେଉଛି ।”
କାଳବୈଶାଖୀ ମୁକାବିଲା ପାଇଁ ତତ୍ପର ଅଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସଚେତନ କରାଯାଇଛି । ମନ୍ତ୍ରୀ କହିଛନ୍ତି, “କାଳବୈଶାଖୀ ସମୟରେ ଲୋକେ ସତର୍କ ରୁହନ୍ତୁ । ରାସ୍ତାରେ ଗାଡି ଧରି ବୁଲନ୍ତୁ ନାହିଁ । କାଳବୈଶାଖୀ ପ୍ରଭାବରେ ଘର କିମ୍ବା ଚାଷ ପ୍ରଭାବିତ ହୋଇଥିଲେ କ୍ଷତିପୂରଣ ମିଳିବ । 24 ଘଣ୍ଟା ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି । ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସୁଛି । ଏନେଇ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ବିଭାଗକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଳବୈଶାଖୀ ହେବା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ମେସେଜ ଯାଉଛି ।

  • Related Posts

    ସୁଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି

    ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବ‌ରେ ବର୍ଷା ଓ ଝଡତୋ‌ଫାନ ହୋଇଥିଲା।ତେବେ ତିଲେଇବଣି ବ୍ଲକର ସୁଗଡା ଗ୍ରାମରେ କାଳ‌ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ସୁଗୁଡ଼ା ଗ୍ରାମର ସଚିନ ଅଗ୍ରୱାଲ,ଜଟକିଶୋର ସାହୁ,ଭାଗ୍ୟରଥି ସାହୁ,ଭକ୍ତବନ୍ଧୁ ସାହୁ,ସୁଶାନ୍ତ ବିଶ୍ୱାଳଙ୍କ…

    Continue reading
    ଉଭେଇ ଗଲା ତାତି

    ଭୁବନେଶ୍ୱର: ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ