କାୟା ବିସ୍ତାର କଲାଣି ‘ରାଟ୍ ଫିଭର୍’ ; ୫୮ ମୃତ

ଥିରୁଅନନ୍ତପୁରମ୍: ବର୍ଷା ଋତୁରେ କେରଳରେ ‘ଲେପ୍ଟୋସ୍ପାଇରୋସିସ୍’ ବା ‘ରାଟ୍ ଫିଭର୍’ ଆତଙ୍କ ଦେଖାଯାଇଛି । ସାଧାରଣତଃ ଘରର ବଗିଚା କାମ, କ୍ଷେତ କିମ୍ୱା ବାହାର ଜାଗାରେ ଦୈନନ୍ଦିନ କାମ କରିବା ସମୟରେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୬ ମସିହା ଜୁଲାଇ ୨୯ ତାରିଖ ସୁଦ୍ଧା କେରଳରେ ମୋଟ୍ ୧,୩୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୮ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ୍ ରିପୋର୍ଟ ଏବଂ ଡେଥ୍ ଅଡିଟ୍ ତଥ୍ୟରୁ ଜଣାପଡ଼ିଛି ଯେ ଶାରୀରିକ ପରିଶ୍ରମ କରୁଥିବା ଶ୍ରମିକମାନେ ଏହି ରୋଗର ଶିକାର ସବୁଠାରୁ ଅଧିକ ହେଉଛନ୍ତି ।
୪୦ ରୁ ୬୯ ବର୍ଷ ବୟସ୍କ ବ୍ୟକ୍ତିମାନେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ୫ ବର୍ଷରେ ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା । ୨୦୧୬-୨୦ ମଧ୍ୟରେ ମୋଟ୍ ୩୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୧-୨୫ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧,୪୫୫ ରେ ପହଞ୍ଚିଛି । ଏହି ଅବଧିରେ ମୃତ୍ୟୁହାର ପ୍ରାୟ ୪.୨%ରୁ ବୃଦ୍ଧି ପାଇ ୬% ହୋଇଯାଇଛି । ଲେପ୍ଟୋସ୍ପାଇରୋସିସ୍ କ’ଣ ଏବଂ ଏହା କିପରି ବ୍ୟାପେ ? ଏହା ଏକ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ, ଯାହା ‘ଲେପ୍ଟୋସ୍ପାଇରା’ ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ।

ସଂକ୍ରମିତ ମୂଷା ଏହି ରୋଗର ମୁଖ୍ୟ ବାହକ । ପ୍ରାଣୀମାନଙ୍କ ପରିସ୍ରା ଦ୍ୱାରା ଦୂଷିତ ହୋଇଥିବା ପାଣି କିମ୍ବା ମାଟି ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ । ଶରୀରର କଟା ସ୍ଥାନ, ଆଖି, ନାକ ଏବଂ ପାଟି ଦ୍ୱାରା ଏହି ବ୍ୟାକ୍ଟେରିଆ ଭିତରକୁ ପ୍ରବେଶ କରିଥାଏ । ଏହି ରୋଗର ମୁଖ୍ୟ ଲକ୍ଷଣଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା । ପ୍ରାରମ୍ଭିକ ଅବସ୍ଥାରେ ଏହା ସାଧାରଣ ଭାଇରାଲ୍ ଜ୍ୱର ପରି ଜଣାପଡ଼ିଥାଏ । ପ୍ରବଳ ଜ୍ୱର ଏବଂ ମୁଣ୍ଡବିନ୍ଧା, ମାଂସପେଶୀରେ ଜୋରଦାର ଯନ୍ତ୍ରଣା, ଥଣ୍ଡା ଲାଗିବା ଏବଂ ଦୁର୍ବଳତା, ବାନ୍ତି ଲାଗିବା, ନିଦରେ ଆଖି ଲାଗିଯିବା, କିଡନୀ ଓ ଯକୃତ କ୍ଷତିଗ୍ରସ୍ତ ହେବା, ଜଣ୍ଡିସ୍ ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ପରି ଲକ୍ଷଣ ଦେଖାଯାଏ । ଏହି ରୋଗରୁ ବର୍ତ୍ତିବା ପାଇଁ ବନ୍ୟା କିମ୍ବା ଦୂଷିତ ପାଣିରେ ବିନା ପ୍ରୟୋଜନରେ ପ୍ରବେଶ କରନ୍ତୁ ନାହିଁ, ପାଣିରେ କାମ କରିବାକୁ ପଡ଼ିଲେ ଗମ୍ବୁଟ୍ ଏବଂ ଗ୍ଲୋଭ୍ସ ବ୍ୟବହାର କରନ୍ତୁ । ଘର ଓ ଆଖପାଖ ଅଞ୍ଚଳରେ ମୂଷାଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରନ୍ତୁ ।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ