କୁଆଡ଼େ ଗଲେ କେନ୍ଦ୍ର ମନ୍ତ୍ରୀ: ନବୀନ

ଭୁବନେଶ୍ବର: ଏସ୍‌ସିବି ମେଡିକାଲ କଲେଜ ନିଆଁ ଘଟଣାରେ ପୁଣି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ବିଜେଡି ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଥିଲା ବେଳେ ଗଣମାଧ୍ୟମରେ ସରକାରଙ୍କୁ ଲଗାତାର ଟାର୍ଗେଟ୍ କରିଚାଲିଛନ୍ତି ନବୀନ। ଆଜି କହିଛନ୍ତି, ରୋଗୀଙ୍କ ଦାରୁଣ ମୃତ୍ୟୁକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ମେଡିକାଲ ପରିଦର୍ଶନ କରିନାହାନ୍ତି। ବାସ୍ତବରେ ଏହା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ସରକାର ସମୟରେ ଯେତେବେଳେ ଏକ ଘରୋଇ ମେଡିକାଲରେ ଏଭଳି ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହେଲେ କଟକ ବଡ଼ଡାକ୍ତରଖାନାର ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଲୋକଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣମାନେ ନିଜେ ତୁଳନା କରିପାରିବେ। ମୁଁ ପୁଣି ଥରେ କହୁଛି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।

  • Related Posts

    କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

    ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ…

    Continue reading
    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ