
କୁଜଙ୍ଗ:ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସ୍ନାନଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ସହିତ ମହାପ୍ରଭୁଙ୍କୁ ମନ୍ଦିର ରୁ ସ୍ନାନ ମଣ୍ଡପ କୁ ପାଛୋଟି ଅଣାଯାଇଥିଲା ଏହି ଅବସରରେ କୁଜଙ୍ଗ ରାଜା ଛେରା ପହଁରା କରିଥିଲେ ଏବଂ ପଇଡ଼ ଜଳ ରେ ପବିତ୍ର ସ୍ନାନ କରାଯିବା ପରେ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ମନୋରମ ବେଶ ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା।
ଗଜାନନ ବେଶରେ ମହାପ୍ରଭୁଙ୍କ ଦିବ୍ୟ ରୂପ ସମସ୍ତଙ୍କୁ ବିମୋହିତ କରିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ କୁଜଙ୍ଗ ପଞ୍ଚାୟତ ର ସରପଞ୍ଚ ବନ୍ଦିତା ଦାସ ଓ ପୂର୍ବତନ ସରପଞ୍ଚ ଭାରତ ଭୂଷଣ ଦାସ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁଜଙ୍ଗରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରା ଓ ଗଜାନନ ବେଶ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥିଲା
ରିପୋର୍ଟର :ଚୌଧୁରୀ ଦିଲ୍ଲୀପ ସାହୁ




