
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସ୍ନାନଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ବିଧିବିଧାନ ଅନୁଯାୟୀ ମହାପ୍ରଭୁଙ୍କୁ ପବିତ୍ର ସ୍ନାନ କରାଯାଇଥିବା ପରେ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ମନୋରମ ବେଶ ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା।
ଗଜାନନ ବେଶରେ ମହାପ୍ରଭୁଙ୍କ ଦିବ୍ୟ ରୂପ ସମସ୍ତଙ୍କୁ ବିମୋହିତ କରିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ ରାଇକିଆ ଜଗନ୍ନାଥ ପୂଜା କମିଟିର ସଭାପତି ସତ୍ୟବାନ ପାତ୍ର, ସାଧାରଣ ସମ୍ପାଦକ ବାଇନାଥ ଦାଶ, ବିକ୍ରମ ପାଳ,ଦୁର୍ଯ୍ୟୋଧନ ଲେଙ୍କା, ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଇକିଆରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରା ଓ ଗଜାନନ ବେଶ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥିଲା.
ରିପୋର୍ଟର : ଦ୍ୟୁତି କୃଷ୍ଣ ପଣ୍ଡା




