MMDR BJD ବିଜେଡି ରାଜ୍ୟବ୍ୟାପୀ ଏମଏମଡିଆରକୁ ତୀବ୍ର ବିରୋଧ କରିବ:ଅରୁଣ ସାହୁ

ଭୁବନେଶ୍ଵର : ଏମଏମଡିଆରକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ୨୪ ମସିହାରେ ଯେଉଁ ରାୟ ଦେଲେ ସେଥିରେ ସେ ସେସ୍ ଓ ଟାକ୍ସ ରାଜ୍ୟ ସରକାର ଲଗାଇ ପାରିବେ ବୋଲି କହିଥିଲେ। ଝାଡ଼ଖଣ୍ଡ ସରକାର ସ୍ୱତନ୍ତ୍ର ଆଇନ ଆଣି ୪୫ ହଜାର କୋଟି ଆଦାୟ କଲେ। କିନ୍ତୁ ଓଡ଼ିଶାରେ ତାହା ହେଲା ନାହିଁ। ବିଜେପି ସରକାର ଯଦି ଆଦାୟ କରିଥାନ୍ତେ ହଜାରେ କୋଟି ଟଙ୍କା ହୋଇଥାନ୍ତା। ଏହା ଫଳରେ ଭବିଷ୍ୟତରେ କେନ୍ଦ୍ରର ହାତଟେକାକୁ ଅନାଇବାକୁ ପଡିନଥାନ୍ତା। ୯୯ ପ୍ରତିଶତ ଲୋକ ଏହାକୁ ବିରୋଧ କରୁଛନ୍ତି। କେନ୍ଦ୍ର ରାଜ୍ୟର ଅଧିକାର ସେମାନେ ଛଡାଇ ନେଇଛନ୍ତି। କଂଗ୍ରେସ ଓ ବାମ ଦଳ ଏହାକୁ ବିରୋଧ କଲେଣି। ଆଗାମୀ ଦିନରେ ବିଜେଡି ରାଜ୍ୟବ୍ୟାପୀ ଏହାକୁ ତୀବ୍ର ବିରୋଧ କରିବ।
ସେହିପରି ଏମଏମଡିଆର ଆଇନ-୨୦୨୬ ରଦ୍ଦ କରିବାକୁ କଂଗ୍ରେସର ଦାବି। ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଦାବିପତ୍ର ଦେଲା କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ମଣ୍ଡଳୀ ଆଜି ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। MMDR ବିଲ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ ଦାବି କରିଛି ।

ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଏମଏମଡିଆର ବିଲରେ ସରକାର ଯେଉଁ ସଂଶୋଧନ କରିଛନ୍ତି ଆମେ ଏହାକୁ ବିରୋଧ କରୁଛୁ। ଏହି ବିଲ ସଂଶୋଧନ କାରଣରୁ ଆମ ରାଜ୍ୟ ୧ ଲକ୍ଷ କୋଟି ଟଙ୍କା ହରାଇବା ସହ ପ୍ରତିବର୍ଷ ଓଡ଼ିଶା ୨୦ ହାଜର କୋଟି ଟଙ୍କା କ୍ଷତି ହେବ। ରାଜ୍ୟରେ ବିଜେପି ଯେଉଁ ଡବଲ ଇଂଜିନର ବିକାଶ କଥା କହୁଥିଲା ଏବେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ଭାରତବର୍ଷରେ ଓଡ଼ିଶାରେ ଖଣିଜସମ୍ପତି ଭରପୁର ରହିଛି। ତେଣୁ ଜଙ୍ଗଲ ଜମି ପାଣି ପାଇଁ ଓଡ଼ିଶା ଯେଉଁ ଲଢେଇ କରୁଥିଲା ଆଗାମୀ ଦିନରେ କଂଗ୍ରେସ ଦଳ ଲଢେଇ ଜାରି ରଖିବ।

  • Related Posts

    MMDR CONGRESS ଏମଏମଡିଆର ଆଇନ: ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

    ଭୁବନେଶ୍ଵର : ଏମଏମଡିଆର ଆଇନ-୨୦୨୬ ରଦ୍ଦ କରିବାକୁ କଂଗ୍ରେସର ଦାବି। ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଦାବିପତ୍ର ଦେଲା କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ମଣ୍ଡଳୀ ଆଜି ଲୋକଭବନରେ…

    Continue reading
    ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକାଙ୍କୁ ସମ୍ବର୍ଦ୍ଧନା

    ରାଇକିଆ: କନ୍ଧମାଳ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଥିବା ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାଜପା ପକ୍ଷରୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କରାଯାଇଛି। ଦଳରେ ତାଙ୍କର ଦାୟିତ୍ୱ ଓ ସାଙ୍ଗଠନିକ କାର୍ଯ୍ୟକୁ ନେଇ ଦଳୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ