
ଭୁବନେଶ୍ଵର : ଏମଏମଡିଆର ଆଇନ-୨୦୨୬ ରଦ୍ଦ କରିବାକୁ କଂଗ୍ରେସର ଦାବି। ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଦାବିପତ୍ର ଦେଲା କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ମଣ୍ଡଳୀ ଆଜି ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। MMDR ବିଲ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ ଦାବି କରିଛି ।
ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଏମଏମଡିଆର ବିଲରେ ସରକାର ଯେଉଁ ସଂଶୋଧନ କରିଛନ୍ତି ଆମେ ଏହାକୁ ବିରୋଧ କରୁଛୁ। ଏହି ବିଲ ସଂଶୋଧନ କାରଣରୁ ଆମ ରାଜ୍ୟ ୧ ଲକ୍ଷ କୋଟି ଟଙ୍କା ହରାଇବା ସହ ପ୍ରତିବର୍ଷ ଓଡ଼ିଶା ୨୦ ହାଜର କୋଟି ଟଙ୍କା କ୍ଷତି ହେବ। ରାଜ୍ୟରେ ବିଜେପି ଯେଉଁ ଡବଲ ଇଂଜିନର ବିକାଶ କଥା କହୁଥିଲା ଏବେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ଭାରତବର୍ଷରେ ଓଡ଼ିଶାରେ ଖଣିଜସମ୍ପତି ଭରପୁର ରହିଛି। ତେଣୁ ଜଙ୍ଗଲ ଜମି ପାଣି ପାଇଁ ଓଡ଼ିଶା ଯେଉଁ ଲଢେଇ କରୁଥିଲା ଆଗାମୀ ଦିନରେ କଂଗ୍ରେସ ଦଳ ଲଢେଇ ଜାରି ରଖିବ।




