କେନ୍ଦ୍ରାପଡ଼ା ହୁକିଟୋଲା ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପର୍ୟ୍ୟଟନସ୍ଥଳୀ ହୁକିଟୋଲା ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଭାରତବର୍ଷର ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରେ ଥିବା ସମସ୍ତ ଦ୍ବୀପ ଗୁଡିକରେ ଜାତୀୟ ପତକା ଉତ୍ତୋଳନ କରିବା ସହିତ ଦ୍ବୀପ ଗୁଡିକୁ କଡା ନଜର ରଖିବା ପାଇଁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କାର୍ୟ୍ୟକ୍ରମ ଆସନ୍ତା ସାଧାରଣତନ୍ତ୍ର ଦିବସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ରାପଡ଼ା ଡ଼ିଏସପି ତଥା ଉପକୂଳ ସୁରକ୍ଷା ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ତିୱାରୀଙ୍କ ସଂଯୋଜନାରେ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନା ଧିକାରୀଣୀ ଅନୀତା ସ୍ୱାଇଁ ହୁକିଟୋଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ପୋଲିସ,ଆର୍ମୀ, କୋଷ୍ଟଗାର୍ଡ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସିଭିଲ ଡିଫେନ୍ସ, ଏନ.ସି.ସି ଛାତ୍ରଛାତ୍ରୀ ଓ ଡାକ୍ତରୀ ଦଳ ସାମିଲ ହୋଇଥିଲେ। ଜାତୀୟ ପତାକା ଉତ୍ତୋଳନ ଅବସରରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଏନ.ସି.ସି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରେଡ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ