କେବେ ସୁଧୁରିବ ମାଙ୍କଡିଆ ଜନଜାତିର ଅବସ୍ଥା: ଏବେ ବି ବହୁ ଲୋକ ମୌଳିକ ସୁବିଧାରୁ ବଞ୍ଚିତ

ଦେବଗଡ଼:ଗରୀବଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଉପାନ୍ତ ଅଞ୍ଚଳର ଦୃଶ୍ୟ ହିଁ ବୟାନ କରୁଛି।ଉକ୍ତ ମାଙ୍କଡିଆ ସାହିରେ କିଛି ଲୋକ ଆବାସ ଘର ପାଇଥିବାବେଳେ ବାକି ଲୋକଙ୍କ ସ୍ଥାୟୀ ପଟ୍ଟା ନଥିବାରୁ ସେମାନେ ଆବାସ ତଥା ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ତିଲେଇବଣି ବ୍ଲକର କଳାମାଟି ଗ୍ରାମର ମାଙ୍କଡିଆ ସାହିରେ।ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତର ମାଙ୍କଡିଆ ସାହିରେ ବସବାସ କରୁଛନ୍ତି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମାଙ୍କଡ଼ିଆ ଜନଜାତି ପରିବାର।ବଣ ଜଙ୍ଗଲରୁ ଶିଆଳି ପଟ ସଂଗ୍ରହ କରି ସେଥିରେ ପଟ ରସି ତିଆରି କରି ବିକ୍ରି କରିବା ସେମାନଙ୍କର କୌଳିକ ବୃତ୍ତି।ଅର୍ଥାଭାବ ଯୋଗୁଁ ଏହି ମାଙ୍କଡିଆ ପରିବାର ପକ୍ଷରେ ରହିବା ଉପଯୋଗୀ ବାସଗୃହ ଖଣ୍ଡିଏ ତିଆରି କରିବା ଅସମ୍ଭବ ହୋଇପଡିଛି। ତେଣୁ ଏଠାରେ ବସବାସ କରୁଥିବା ସମସ୍ତ ପରିବାର ମାଟି ପଥରରେ ନିର୍ମିତ କୁଡ଼ିଆ ଉପରେ ପଲିଥିନ ଖଣ୍ଡିଏ ଲେଖାଁଏ ଟାଣି ପିଲାଛୁଆ ଧରି ଜୀବନ ବିତାଇ ଆସୁଛନ୍ତି।ବହୁବର୍ଷ ହେଲା ସ୍ଥାନୀୟ ଲୋକେ ଏଭଳି ଦୟନୀୟ କୁଡ଼ିଆରେ ବସବାସ କରିଆସୁଥିଲେ ସୁଦ୍ଧା ଏମାନଙ୍କ ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ। ଏହି ମାଙ୍କଡ଼ିଆ ପରିବାରଗୁଡିକ ମଧ୍ୟରୁ କିଛି ହାତଗଣତି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ଲେଖାଁଏ ଦେଇ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ବ ସାରି ଦେଇଛି। ହେଲେ ଆହୁରି ଅଧିକ ପରିବାର ପାଖରେ ଏ ପର୍ଯ୍ୟନ୍ତ ରହିବା ଉପଯୋଗୀ ଘର ଖଣ୍ଡିଏ ନାହିଁ। ଖରା ବର୍ଷା ଓ ଝଡ ତୋଫାନରେ ଅତ୍ୟନ୍ତ ଦୟନୀୟ ଭାବେ ନିଜ ଦଦରା କୁଡ଼ିଆରେ ଦିନକାଟି ଆସୁଛନ୍ତି ମାଙ୍କଡ଼ିଆ ପରିବାର।ଅନ୍ୟପଟେ ସ୍ଥାୟୀ ପଟ୍ଟା ଖଣ୍ଡିଏ ନଥିବାରୁ ସେମାନେ କୌଣସି ସରକାରୀ ଯୋଜନା‌ ପାଇଁ ଆବେଦନ ମଧ୍ୟ କରିପାରୁନାହାଁନ୍ତି। ଅନ୍ୟପଟେ ଗ୍ରାମକୁ ସ୍ଥାୟୀ ରାସ୍ତା ନ ଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ଦିନ ଥିବା ହେତୁ ଉକ୍ତ ରାସ୍ତା ଶୋଚନୀୟ ହୋଇପଡିବା ସହ ଲୋକମାନେ ଯିବା ଆସିବା କରିବା ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ