ବିନା ଦୋଷରେ 22 ବର୍ଷ ଜେଲ: ତଦନ୍ତକୁ ଭର୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିନା ଦୋଷରେ ଜେଲରେ କଟିଲା 22 ବର୍ଷ । କେବଳ ସନ୍ଦେହ ଆଧାରରେ, ବିନା କୌଣସି ବିଶ୍ବସନୀୟ ପ୍ରମାଣରେ ଜେଲରେ 22 ବର୍ଷ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଶାର ଅର୍ଜୁନ ଜାନି । ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାର ବିଫଳତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କଡା ଟିପ୍ପଣୀ କରିଛନ୍ତି ।
ଗତ 2004ରେ ନବରଙ୍ଗପୁର ଘଟିଥିବା ଏକ ଟ୍ରିପଲ ମର୍ଡର ଘଟଣାରେ ଅର୍ଜୁନ ଜାନିଙ୍କୁ ଗିରଫ କରିଥିଲା ପୋଲିସ । ଜେଲରେ 12 ବର୍ଷ ରହିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଳମ୍ବରେ ଆସିଥିବାରୁ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରିଦେଇଥିଲେ । ଆବେଦନକାରୀ ଶେଷରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ । ତେବେ ତାଙ୍କ ନିବେଦନ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ କେ.ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ୍ କରିବା ସହ ଅଦାଲତ ଗୁଡିକରେ ଏଭଳି ମିଳିତ ବିଫଳତା ଯୋଗୁଁ ନିରୀହ ମଣିଷର 22 ବର୍ଷ ଜେଲରେ କଟିଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ତଦନ୍ତକୁ ଭର୍ସନା କରି କହିଥିଲେ ଯେ, ଯେଉଁଠାରେ ଟ୍ରାଏଲ କୋର୍ଟ ପ୍ରମାଣକୁ ସଠିକ୍‌ ମୂଲ୍ୟାଙ୍କନ କରିବାରେ ବିଫଳ ହେଲେ, ହାଇକୋର୍ଟ ମଧ୍ୟ ନିରବ ରହିଲେ । ଫଳରେ ବ୍ୟକ୍ତି 22 ବର୍ଷ ଜେଲରେ ରହିବାକୁ ପଡିଲା ।

ଅନ୍ୟପଟେ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅର୍ଜୁନଙ୍କୁ ପୁନର୍ବାସ ଓ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ସହଯୋଗ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ 2004 ମସିହାରେ ନବରଙ୍ଗପୁର ଜିଲ୍ଲାରେ 3 ଜଣ ମହିଳାଙ୍କ ଗୋଟିଏ ରାତିରେ କେହି ହତ୍ୟା କରିଥିଲା । ଏହି ଘଟଣାରେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନରେ ସନ୍ଦେହ କରି ପୋଲିସ ଅର୍ଜୁନ ଜାନିଙ୍କୁ ଗିରଫ କରିଥିଲା । ତଳକୋର୍ଟ ମାମଲାର ଶୁଣାଣି କରି ଅର୍ଜୁନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ବିଳମ୍ବରେ ଆସିଥିବାରୁ ହାଇକୋର୍ଟରେ ପିଟିସନ ଖାରଜ ହୋଇଯାଇଥିଲା । ଫଳରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତି କେବଳ ସନ୍ଦେହ ଆଧାରରେ ଜେଲରେ କଟାଇ ଥିବାରୁ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଥିଲେ ଯେ, ଗରିବରୁ ଅତି ଗରିବ ଲୋକଙ୍କ ଦ୍ବାରଦେଶରେ କିପରି ଆଇନ ବ୍ୟବସ୍ଥା ପହଞ୍ଚି ପାରିବ ସେଥିପାଇଁ ସମ୍ବିଧାନର ତିନୋଟି ସ୍ତମ୍ଭ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏପରି କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ନିଜେ ବିବେକକୁ ପଚାରିବା ଉଚିତ୍‌ । କେବଳ ସନ୍ଦେହ ଆଧାରରେ ତାଙ୍କୁ ଆଜୀବନ କାରାଦଣ୍ଡ ଦେବା ଗ୍ରହଣୀୟ ନୁହେଁ ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ