ଆସନ୍ତାକାଲିଠୁ ଗଡ଼ିବ ପୁରୀ-ସୋଲାପୁର ସ୍ପେଶାଲ ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି(ଅଗଷ୍ଟ 7)ରୁ ଗଡ଼ିବ ପୁରୀ-ସୋଲାପୁର ଜଙ୍କସନ ସ୍ପେଶାଲ ଏକ୍ସପ୍ରେସ । ଓଡ଼ିଶାରୁ ମହାରାଷ୍ଟ୍ର ଅଭିମୁଖେ ବଢ଼ୁଥିବା ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ ଏକମୁଖୀ(One Way) ସ୍ପେଶାଲ ଟ୍ରେନ୍ ଆସନ୍ତା ଅଗଷ୍ଟ ୭ (ଶୁକ୍ରବାର) ରାତି ୧୧ଟା ୪୫ ମିନିଟରେ ପୁରୀରୁ ଯାତ୍ରା ଆରମ୍ଭ କରିବ । ଟ୍ରେନ୍‌ଟି ଅଗଷ୍ଟ ୯ (ରବିବାର) ପ୍ରଭାତ ୪ଟା ୧୫ ମିନିଟରେ ସୋଲାପୁର ଜଙ୍କସନରେ ପହଞ୍ଚିବ ।ଏହି ସ୍ପେଶାଲ ଟ୍ରେନ୍ ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ବିଜୟନଗରମ, ଦୁଭୱାଡା, ବିଜୟୱାଡା ଜଙ୍କସନ, ଗୁଣ୍ଟୁର, ନାଲଗୋଣ୍ଡା, ସିକନ୍ଦରାବାଦ, ୱାଡି ଓ କଲବୁର୍ଗି ଷ୍ଟେସନରେ ରହଣି କରିବ । ଏହାଦ୍ୱାରା ଏହି ଦକ୍ଷିଣ ଓ ମଧ୍ୟ ଭାରତର ସହର ଗୁଡିକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଜଣକ ବିକଳ୍ପ ହୋଇପାରିବ ।ଏହି ସ୍ୱତନ୍ତ ଟ୍ରେନ୍‌ରେ ମୋଟ ୨୨ଟି କୋଚ୍ ରହିବ । ସେଥିରେ ୧୩ଟି ସ୍ଲିପର ଶ୍ରେଣୀ କୋଚ୍, ୭ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ଏବଂ ୨ଟି ଲଗେଜ୍-କମ୍-ଦିବ୍ୟାଙ୍ଗ ବନ୍ଧୁ କୋଚ୍ ସାମିଲ ରହିଛି । ଏହା ଫଳରେ ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଆସନ ବ୍ୟବସ୍ଥା ଉପଲବ୍ଧ ହେବ ।

ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନ୍ୟାସନାଲ ଟ୍ରେନ୍ ଇନକ୍ୱାରି ସିଷ୍ଟମ (NTES) କିମ୍ବା ରେଳବାଇର ଅଧିକୃତ ପଚରାଉଚରା ସେବା ମାଧ୍ୟମରେ ଟ୍ରେନ୍‌ର ସର୍ବଶେଷ ସମୟସୂଚୀ ଓ ଚଳାଚଳ ସମ୍ପର୍କିତ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଓଡ଼ିଶାରୁ ସୋଲାପୁରକୁ ସିଧାସଳଖ ଯାତାୟାତ ପାଇଁ ମାତ୍ର ଦୁଇଟି ନିୟମିତ ଟ୍ରେନ୍ ଚଳାଚଳ କରୁଛି । ମହାରାଷ୍ଟ୍ର ଅଭିମୁଖେ ବଢ଼ୁଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ଜଙ୍କସନ୍‌ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲିବା ଫଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଓଡ଼ିଶାରୁ ସୋଲାପୁରକୁ ସିଧାସଳଖ ଟ୍ରେନ୍ ସେବାର ସଂଖ୍ୟା ତିନିକୁ ବୃଦ୍ଧି ପାଇବ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ