କେମିତି ମିଳିବ ରୁପି ସମସ୍ୟାରୁ ମୁକ୍ତି?

ଶୀତଦିନରେ ରୁପି ସମସ୍ୟାଟି ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖାଯାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ରୁପି ସମସ୍ୟା ଏତେ ଅଧିକ ଦେଖାଯାଏ ଯେ ବାହାରକୁ ଯିବାକୁ ମଧ୍ୟ ଖରାପ ଲାଗେ । ସ୍ଥାନ,କାଳ,ପାତ୍ର କିଛି ନଦେଖି ମୁଣ୍ଡ କୁଣ୍ଡାଇ ହେବ ଏବଂ ଖୋଳପା ଭଳି ଧଳା ଧଳା ଗୁଣ୍ଡ ପିନ୍ଧିଥିବା ସାର୍ଟରେ ପଡ଼ିଥିବ । କଳାରଙ୍ଗର ପୋଷାକ ପିନ୍ଧିଥିଲେ ତ କଥା ସରିଲା । ଲୋକଲଜ୍ଜା ହେବାଟା ପକ୍କା। ସ୍କାଲ୍ଫରେ ହେଉଥିବା ରୁପି ଫଙ୍ଗସ୍ କାରଣରୁ ହୋଇଥାଏ ଯାହା ଡେଡ୍ ସ୍କିନ୍ ସେଲ୍ସ୍ ଯୋଗୁଁ ବଢିଥାଏ। ରୁପିର ଆକାର ଗୁଣ୍ଡ ଏବଂ ଖୋଳପା ଭଳି ହୋଇଥାଏ ଯାହା କୁଣ୍ଡାଇବା ଦ୍ବାରା ବାହାରେ ନାହିଁ । ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେଇ ତେଲ , ସାମ୍ପୁ କିମ୍ବା ଔଷଧର ତ ବ୍ୟବହାର କରିପାରିବେ । କିନ୍ତୁ ଯଦି ଘରୋଇ ଉପାୟରେ ଏ ସମସ୍ୟାରୁ କିଞ୍ଚିତ ଉପସମ ପାଇବାକୁ ଚାହାଁନ୍ତି ତାହେଲେ ତଳେ ଦିଆଯାଇଥିବା ଉପାୟ ଆପଣାନ୍ତୁ । ଶୀତଦିନରେ ରୁପି ସମସ୍ୟାରୁ ମୁକ୍ତି ପାଆନ୍ତୁ ।

. ୨ ଚାମଚ ନଡିଆ ତେଲରେ ସମାନ ଭାବେ ଲେମ୍ବୁ ମିଶାଇ ଗୋଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୨୦ ମିନିଟ୍ ଛାଡ଼ିଦିଅନ୍ତୁ । ପରେ ଚୁଟି ଧୋଇଦିଅନ୍ତୁ ।

. ଦହିକୁ ରୁପି ପାଇଁ ରାମବାଣ ଔଷଧ ବୋଲି କୁହାଯାଏ । ଯଦି ଆପଣଙ୍କ ଦେହକୁ ଥଣ୍ଡା ସୁହାଉଥିବ ତାହେଲେ ଚୁଟି ମୂଳରୁ ଆରମ୍ଭ କରି ସଂପୂର୍ଣ୍ଣ କେଶରେ ଦହି ଲଗାଇଦିଅନ୍ତୁ ଏବଂ ଘଣ୍ଟାଏ ପାଇଁ ଛାଡ଼ିଦିଅନ୍ତୁ । ଏହାପରେ ଚୁଟି ସଫା କରିନିଅନ୍ତୁ ।

. ରୁପି ସମସ୍ୟା ଦୂର କରିବା ପାଇଁ ନିମ୍ବରସକୁ ଆପଣାଇପାରନ୍ତି । ଏଥିପାଇଁ ନିମ୍ବପତ୍ରକୁ ବାଟି ଏହା ରସ ବାହାର କରି ୧୦ ରୁ ୧୫ ମିନିଟ୍ କେଶରେ ଲଗାଇ ଛାଡ଼ିଦିଅନ୍ତୁ ଏବଂ ଥଣ୍ଡାପାଣିରେ ମୁଣ୍ଡ ଧୋଇନିଅନ୍ତୁ , ରୁପି ଚାଲିଯିବେ ।

. କମଳା ଚୋପା ରୁପି ଉପରେ ଭଲ ପ୍ରଭାବ ଦେଖାଇଥାଏ । କମଳା ଚୋପାକୁ ବାଟି ଲେମ୍ବୁ ରସ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ ଏବଂ ଅଧଘଣ୍ଟା ମୁଣ୍ଡରେ ଲଗାଇ ଧୋଇନିଅନ୍ତୁ ।

. ଗ୍ରୀନ୍ ଟି ମଧ୍ୟ ରୁପି ସମସ୍ୟାକୁ କମାଇବାରେ ସହାୟକ ହୋଇଥାଏ । ୨ ଟି ଗ୍ରୀନ୍ ଟି ବ୍ୟାଗକୁ ଗରମ ପାଣିରେ ପକାଇ ଥଣ୍ଡା କରିନିଅନ୍ତୁ ଏବଂ ଏହି ପାଣିକୁ କିଛି ସମୟ ସ୍କାଲ୍ଫରେ ଲଗାଇରଖନ୍ତୁ ।

. ଗୋଟିଏ କଦଳୀରେ ୨ କପ୍ ଆପଲ୍ ସାଇଡର ଭିନେଗାର୍ ଗୋଳାଇ ନିଅନ୍ତୁ । ଏହି ପେଷ୍ଟକୁ ଚୁଟିରେ ୨୦ ମିନିଟ୍ ଲଗାଇ ରଖନ୍ତୁ ପରେ ଧୋଇନିଅନ୍ତୁ ।

. ରସୁଣକୁ ବାଟି ଏଥିରେ ମହୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ସ୍କାଲ୍ଫରେ ୧୫ ମିନିଟ୍ ଲଗାଇ ଛାଡ଼ି ଦିଅନ୍ତୁ । ରୁପି ସମସ୍ୟା ଦୂର ହୋଇଯିବ ।

. ଅଣ୍ଡାର ଧଳା ଅଂଶକୁ ବାହାର କରି ଚୁଟିରେ ଅଧଘଣ୍ଟା ପାଇଁ ଲଗାଇ ଛାଡ଼ିଦିଅନ୍ତୁ ଏବଂ ଭଲରେ ମୁଣ୍ଡକୁ ଧୁଅନ୍ତୁ । ଏଥିରେ ରୁପି ସମସ୍ୟା ତ ଦୂର ହେବ କିନ୍ତୁ ଭଲରେ ନ ଧୋଇଲେ ଦୁର୍ଗନ୍ଧ ବାହାରିବାର ମଧ୍ୟ ସମ୍ଭାବନା ଅଛି ।

. ରୁପି ସମସ୍ୟା ରୋକିବା ପାଇଁ ମେଥି ଏକ ଭଲ ଉପାୟ ହୋଇପାରେ । ରାତିସାରା ମେଥିକୁ ପାଣି ଭିଜାଇ ରଖନ୍ତୁ । ସକାଳୁ ଏହି ଭିଜା ମେଥିକୁ ବାଟି ମୁଣ୍ଡରେ ପେଷ୍ଟ୍ କରି ଲଗାନ୍ତୁ । ଏଥିରେ ଲେମ୍ବୁ ଚିପୁଡ଼ି ଅଧଘଣ୍ଟା ମୁଣ୍ଡରେ ଲଗାଇ ରଖନ୍ତୁ ଏବଂ ଚୁଟି ସଫା କରୁନ୍ତୁ ରୁପି ସମସ୍ୟା ଦୂର ହେବ ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ