ଖୁଲସା: ଏହି ଖେଳାଳି ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ!

ନୂଆଦିଲ୍ଲୀ : ଆଇପିଏଲ ୨୦୨୫ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସମୁଦାୟ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲା। ଏହି ୪ ଖେଳାଳିଙ୍କ ନାମ ଅକ୍ଷର ପଟେଲ, ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ ପୋରେଲ ଏବଂ କୁଲଦୀପ ଯାଦବ। ନିଲାମର ତାରିଖ ପାଖେଇ ଆସୁଛି ଏବଂ ରିଷଭ ପନ୍ତଙ୍କ ରିଲିଜ୍‌ ପରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଦିଲ୍ଲୀ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ଏହାର ଅଧିନାୟକ କରିବ। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଅକ୍ଷର ପଟେଲଙ୍କୁ ଦିଲ୍ଲୀର ଅଧିନାୟକ କରାଯିବ ବୋଲି ଦାବି କରାଯାଇଛି।

 

ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ଷର ପଟେଲ ଆସନ୍ତା ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି। ଆଇପିଏଲ ୨୦୨୪ରେ ଯେତେବେଳେ ରିଷଭ ପନ୍ତଙ୍କୁ ସ୍ଳୋ ଓଭର ରେଟ୍‌ ହେତୁ ଆରସିବି ବିପକ୍ଷ ମ୍ୟାଚରୁ ତିନିଥର ନିଲମ୍ବିତ କରାଯାଇଥିଲା, ସେତେବେଳେ ଅକ୍ଷର ପଟେଲ ପନ୍ତଙ୍କ ସ୍ଥାନରେ ଦିଲ୍ଲୀ ଅଧିନାୟକତ୍ୱ କରିଥିଲେ। ଆଗାମୀ ସିଜନ ପାଇଁ ଅକ୍ଷର ପଟେଲଙ୍କୁ ୧୬.୫ କୋଟି ଟଙ୍କା ରିଟେନ କରାଯାଇଛି। ତେଣୁ ସେ ମଧ୍ୟ ଦିଲ୍ଲୀର ସବୁଠାରୁ ଦାମୀ ଖେଳାଳି ଅଟନ୍ତି। ଏହା ମଧ୍ୟ ଏକ ସୂଚକ ଯେ ଦିଲ୍ଲୀ ଫ୍ରାଞ୍ଚାଇଜ ଅକ୍ଷରରେ ଆତ୍ମବିଶ୍ୱାସ ଫେରାଇବାକୁ ପ୍ରସ୍ତୁତ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ